0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭୁବନେଶ୍ୱରଠାରେ ନ୍ୟାସନାଲ ଡ଼ିଫେନ୍ସ କଲେଜର 17 ଜଣିଆ ପ୍ରତିନିଧି ମଣ୍ଡଳୀ ଶୈକ୍ଷିକ ଭାରତ ଭ୍ରମଣ ଅବସରରେ ଓଡିଶାକୁ 4 ଦିନିଆ ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ପୋଲିସ ବ୍ୟବସ୍ଥା ଓ ତଟ ସୁରକ୍ଷା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। । ଉକ୍ତ ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟର ପୋଲିସ ବ୍ୟବସ୍ଥାରେ ଆଧୁନିକୀକରଣ, ମାଓ ସମସ୍ୟାର ମୁକାବିଲା, ସଂଗଠିତ ଅପରାଧର ନିରାକରଣ ଓ ରାଜ୍ୟର ତଟବର୍ତ୍ତୀ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

