ନୂଆଗାଁ ବ୍ଲକ୍ ଜନ ସାଧାରଣଙ୍କ ମହୋତ୍ସବ ପଞ୍ଚୁପାଣ୍ଡବ ମହୋତ୍ସବ ଉଦଘାଟିତ

କଷ୍ଟି ଡାକୁଆଙ୍କ ନାମରେ ସାଂସ୍କୃତିକ ମଞ୍ଚ ଏବଂ ଦାସିଆ ଅଜାଙ୍କ ନାମରେ ପଲ୍ଲିଶ୍ରୀ ମେଳା । ନୂଆଗାଁ ବ୍ଲକ୍ ର ପ୍ରତ୍ୟେକ ଗ୍ରାମକୁ ପଠାଯାଇଛି ନିମନ୍ତ୍ରଣ କାର୍ଡ । ଦଳ,ବଳ, ନିର୍ବିଶେଷରେ ସମସ୍ତଙ୍କୁ କରାଯାଇଛି ସାମିଲ । ସମସ୍ତଙ୍କ ସହଯୋଗରେ ହୋଇପାରିଛି ଐତିହାସିକ ମହୋତ୍ସବ : ଦଶପଲ୍ଲା ବିଧାୟକ

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା/ନୂଆଗାଁ  :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି । ଅପରାହ୍ନ ୨ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ, ଦୁଲୁ ଦୁଲିରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତିମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଉଦ୍ ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ଦକ୍ଷ ନେତା ସୁରେଶ କୁମାର ରାଉତରାୟ ମଶାଲ ଶୋଭାଯାତ୍ରା ରେ ଆସି ମହୋତ୍ସବ ପଡ଼ିଆରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ମହୋତ୍ସବ କୁ ଉଦ୍ଘାଟନ କରିଥଲେ ।

ତତ୍ ସହିତ ବୃତଙ୍ଗ ପ୍ରକଳ୍ପ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ବର୍ଣ୍ଣନା କରିଥିଲେ । ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  I ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂଧ୍ଯା ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ ଯୋଗ ଦେଇ ନୂଆଗାଁ ବ୍ଲକ୍ ର କଳା ,ଐତିହ୍ୟ ,ସଂସ୍କୃତି ବର୍ଣ୍ଣନା କରିବା ସହ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ଭାଇଚାରା ସୃଷ୍ଟି ହୋଇ ପାରିଛି ।

ତତ୍ ସହିତ ଦଶପଲ୍ଲା ନିର୍ବାଚନମଣ୍ଡଳୀ ର ବିକାଶ ପାଇଁ ବିଧାୟକ ଙ୍କ ଅବଦାନ କହିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ବେହେରା,, ୯ନଂ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି, ୧୬ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା. ଅମୃତ କୁମାର ରାଉଲ୍, ନୂଆଗାଁ ବ୍ଲକ୍ ମଣ୍ଡଳ ଶିକ୍ଷା ଅଧୂକାରୀ ଭକ୍ତିବିନୋଦ ସଲ ପ୍ରମୁଖ ଯୋଗଦେଇ ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଏବଂ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହଯୋଗ ଯୋଗୁଁ ଏଭଳି ଏକ ଐତିହାସିକ ମହୋତ୍ସବ ଅନୁଷ୍ଠିତ ହୋଇ ପାରିଛି ବୋଲି କହିଥିଲେ  l

ମହୋତ୍ସବ କମିଟି ର ସଭାପତି ଦଶପଲ୍ଲା ବିଧାୟକ କହିଥିଲେ ଯେ ପଞ୍ଚୁପାଣ୍ଡବ ମହୋତ୍ସବ ହେଉଛି ଭାଇ ଚାରା ର ପର୍ବ ,ନୂଆଗାଁ ବ୍ଲକ୍ ଜନସାଧାରଣ ଙ୍କ ପର୍ବ । ଏହି ମହୋତ୍ସବ ରେ ନୂଆଗାଁ ବ୍ଲକ୍ ରେ ଥିବା ସମସ୍ତ ଗ୍ରାମ ର ସଭାପତି ଏବଂଗ୍ରାମ୍ୟ କମିଟି ସଦସ୍ୟ ମାନଙ୍କ ନିମନ୍ତ୍ରଣ କରାଯାଇଛି । ବ୍ଲକ୍ ର ସମସ୍ତ ଜନ ସଧାରଣ ଙ୍କ ସହଯୋଗରେ ଏହି ମହୋତ୍ସବ ରାଜ୍ୟ ତଥା ଦେଶରେ ପରିଚିତ ହୋଇପାରିଛି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ।ବିବରଣୀ ପଠନ କରିଥିଲେ ମହୋତ୍ସବ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ।

ନୂଆଗାଁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ବାରା ନୂଆଗାଁ ବନ୍ଦନା, ବାରବାସୀ, ନେପାଳୀ, ମୟୂରୀ ଲୋକନୃତ୍ୟ, ନଟରାଜ ଡ୍ୟାନ୍ସ ଗୃପ କଟକ ଦ୍ୱାରା ଅନୁଷ୍ଠିତ ହୋଇଥିବାବେଳେ ନବଦୁର୍ଗା, ରାଜସ୍ଥାନି ଘୁମର ସିଂଙ୍ଗମ୍ ଡ୍ୟାନ୍ସ ଗୃପ ଦ୍ବାରା ଅନୁଷ୍ଠିତ ହୋଇଥିଲା । ଏହାସହିତ ମେଲୋଡି କାର୍ଯ୍ୟକ୍ରମ ଜ୍ୟୋତିର୍ମୟୀ ନାୟକ (ବ୍ୟାଣ୍ଡ ସୂର ରିଦମ), ମୁନା (ଜୁନିୟର ମହମ୍ମଦ ଅଜିଳ) ଆଦିତ୍ୟ ଓ ନିହାରିକା ପ୍ରମୁଖ ନିଜ ନିଜ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ ।

ମେଲୋଡି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ରହି କଳାକାରମାନଙ୍କ ସଂଗୀତରେ ଝୁମିଥିଲେ । ହେ ରମେଶ ଭାଇ ଆମେ ତମ ଫ୍ୟାନ୍ ଗୀତରେ ଝୁମିଲେ ଦର୍ଶକ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ ବଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶ୍ରୀଧର ବେହେରା, ପୁଷ୍ପାଞ୍ଜଳୀ ଗୋଛି ଏବଂ କୈଳାଶ ଚନ୍ଦ୍ର ନାଏକ ।

Exit mobile version