Home ଓଡ଼ିଶା ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ସରସ୍ବତୀ ପୂଜା ବନ୍ଦ ପାଇଁ ଷଡଯନ୍ତ୍ର ବିଫଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :- ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପାରମ୍ପରିକ ସରସ୍ବତୀ ପୂଜାକୁ ଉଦେଶ୍ୟ ମୂଳକ ଭାବେ ବନ୍ଦ ରଖିଥିବା ସୂଚନା ସହରରେ ପ୍ରସାରିତ ହେବା ପରେ କଲେଜର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷ ବଢିଥିଲା । କିଛି ଅଭିଭାବକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କିଛି ଛାତ୍ର ଛାତ୍ରୀ କଲେଜରେ ପହଞ୍ଚି ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ବିଳମ୍ବରେ ହେଲେ ମଧ୍ୟ ଅପରାହ୍ନରେ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଡ଼ କରି ଛାତ୍ରାବାସର ଛାତ୍ର ଛାତ୍ରୀଙ୍କୁ ସାମିଲ କରି ମା ସରସ୍ଵତୀଙ୍କ ପୂଜା ପାଳନ କରିଥିଲେ । ଏହିଭଳି ଏକ ପୁରାତନ ମହାବିଦ୍ୟାଳୟରେ ପୂର୍ବରୁ କେବେ ଏହିଭଳି ବିଡମ୍ବନା ଦେଖାଯାଇନଥିଲା । ଏହି ପୂଜା ବନ୍ଦ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନଥିବା ବେଳେ ପୂର୍ବ ବର୍ଷ କିଛି ଅସାମାଜିକ ଯୁବକ କଲେଜରେ ବିଶୃଙ୍ଖଳା କରିଥିବାରୁ ପୂଜାକୁ ବନ୍ଦ କରିଥିବା ଦାୟିତ୍ୱରେ ଥିବା ଅଧ୍ୟାପକ ସୂଚନା ଦେଇଥିବା ବେଳେ ଏହାକୁ ଅବିଭାବକ ତୀବ୍ର ନିନ୍ଦା କରିଥିଲେ । ଯଦି ଅସାମାଜିକ ଯୁବକଙ୍କ କଲେଜରେ ପଦ୍ରୁଭାବ ରହୁଛି ଯେଉଁଥିପାଇଁ ସରସ୍ଵତୀ ପୂଜାକୁ ଏକ ଶିକ୍ଷାନୁଷ୍ଠାନରେ ବନ୍ଦ କରାଯାଉଛି ଆମ ଛୁଆ କଣ କଲେଜରେ ସୁରକ୍ଷିତ କି ? ବୋଲି ପ୍ରଶ୍ନ କରିଥିଲେ ଅବିଭାବକ । ଏନେଇ ପ୍ରଶ୍ନର ଉତ୍ତରରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଏହି ପୂଜା ପାଳନ ପାଇଁ କଲେଜର ଛାତ୍ର ଛାତ୍ରୀ ପ୍ରତ୍ୟେକ ବର୍ଷ ପୂଜା ପାଇଁ ଶୁଳ୍କ ଦେଉଥିବା ବେଳେ ତାହାର କିଭଳି ବିନିଯୋଗ କରାଯାଇଛି ଏହାର ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା । ମୋଟା ମୋଟୀ ଭାବେ କଲେଜରେ ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଶିକ୍ଷା ଓ ସୁବ୍ୟବସ୍ଥା ପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବା ଓ କଲେଜର ନିୟମାବଳୀକୁ ମାନୁନଥିବା ଓ ଦୁର୍ନୀତିରେ ଲିପ୍ତ ରହୁଥିବା ନେଇ ଅବିଭାବକ ମାନେ ଅଭିଯୋଗ ରଖିଥିଲେ । ପ୍ରଶାସନ ଓ ସରକାର ତୁରନ୍ତ ଏହିସବୁ ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି । ବିଳମ୍ବରେ ହେଲେ ମଧ୍ୟ ପୂଜା ଆୟୋଜନ କରିବା ଓ ପୂଜା ସମାପନ କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ , ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ , ରୁଦ୍ର ମାଧବ ମିଶ୍ର , ଶ୍ରିତମ ପାତ୍ର , ସୁଦୀପ ପ୍ରଧାନ ଓ ଅନେକ ଛାତ୍ରାବାସର ଛାତ୍ରଙ୍କୁ ସାମିଲ କରି ମହାବିଦ୍ୟାଳୟର ପରମ୍ପରାକୁ ରକ୍ଷା କରିଥିଲେ । କିଛି ଅବିଭାବକ , ସହରର କିଛି ଓକିଲ , ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଏହି ପୂଜାକୁ କରାଇଥିଲେ । ଏବଂ କଲେଜ କର୍ତ୍ତୃପକ୍ଷଙ୍କର ଏହିଭଳି ଦାଇତ୍ୱ ହୀନତାକୁ ପ୍ରତ୍ୟେକ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026