୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୋଏଡ଼ା/ ନୂଆଦିଲ୍ଲୀ :- ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପାଞ୍ଚଦିନିଆ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭବ୍ୟ ଉତ୍ସବ ଉପଲକ୍ଷେ ୧୨୧ ନମ୍ବର ସେକ୍ଟରସ୍ଥିତ ନବ ନିର୍ମିତ ଜଗନ୍ନାଥ ମନ୍ଦିରଟିକୁ ଖୁବ ସରସ ଓ ସୁନ୍ଦର ଭାବରେ ରଙ୍ଗବେରଙ୍ଗର ଫୁଲ, କପଡ଼ା ଏବଂ ଆଲୋକମାଳା ସହିତ ସଜା ଯାଇଥିବା ଦେଖାଯାଇଥିଲା । ପ୍ରାଣ ପ୍ରତିଷ୍ଠା ପାର୍ବଣକୁ କେନ୍ଦ୍ର କରି ଏଠାରେ ପାଞ୍ଚଦିନ ଯାକ ସଙ୍ଗଠକ, ଶ୍ରଦ୍ଧାଳୁ ଏବଂ ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅସୀମ ଉତ୍କଣ୍ଠା ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା ।

