Home ଅପରାଧ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ : ତୀବ୍ର ଉତ୍ତେଜନା – ଗାଡି ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଅନ୍ତା :- ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା, ଥାନା ଅନ୍ତର୍ଗତ ଜୟଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଠାରେ ଦୃତ ବେଗରେ ଆସୁଥିବା ଏକ ହ।ୱା ଟ୍ରକଟି ନୂଆସାହି ଗ୍ରାମର ପୀତବାସ ପଣ୍ଡାକୁ ଧକା ଦେବାରୁ ଘଟଣାସ୍ଥଳରେ ତାର ମୃତ ଘଟିଛି । ଖବର ପାଇ ସେଠାରେ ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି । ବାଲିପାଟଣା , ବାଲିଅନ୍ତା ଅଂଚଳରେ ଦିନକୁ ,ଦିନ ଗାଡ଼ି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି l ସେଥି ପ୍ରତି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କିଛି ଦିନ ପୂର୍ବରୁ ଏକ ଅଜଣା ହାଇୱା ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିଲେ….ଆଜି ମଧ୍ୟ୍ୟ ଏକ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି l ସେଥି ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତ ନୁଆସାହି ଗ୍ରାମର ପୀତବାସ ପଣ୍ଡା l ଏହି ଘଟଣାଟି ଘଟିଛି ଜୟଦେବ ଉଚ୍ଚ ବିଦ୍ୟାଳୟ ସମୁଖରେ…. ସ୍କୁଲ ସମୁଖରେ ଯେଉଁ ମୁଖ୍ୟ ରାସ୍ତା ରହିଛି .. ଏହି ରାସ୍ତା ଦେଇ ପ୍ରତେକ ଦିନ ଅଧିକାଂଶ ହାଇୱା ଗାଡି ଯାତାୟାତ କରୁଛି… ଏଠାରେ ଆଜି ଏକ ଜୀବନ ଗଲା ଏହାର ପ୍ରତିକାର ବ୍ୟବସ୍ଥା ଉପରେ ଯଦି ପ୍ରଶାସନର ନଜର ଆସନ୍ତା ତାହାଲେ ଅଧିକାଂଶ ଗାଡ଼ି ଦୁର୍ଘଟଣାରୁ ଲୋକମାନେ ବଞ୍ଚିଯାଇପାରନ୍ତେ l ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସେଥି ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି । ଏହି ରାସ୍ତାରେ ଦୂର୍ତଗାମୀ ହାୱା ଟ୍ରକ ଯାଉଥିବାରୁ ସେଥିନେଇ ଦୁର୍ଘଟଣା ବୃଦ୍ଧି ପାଇଛି, ଏଣୁ ପୋଲିସ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି । ଯଦି ପୋଲିସ ଅଧିକାରୀ ଏହି ଦୃତଗାମୀ ହାୱ। ଗାଡିକୁ ବନ୍ଦ ନ କରେ ତେବେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026