Home ଓଡ଼ିଶା ଶିଶୁ ଅନନ୍ତ ମହାବିଦ୍ୟାଳୟର ୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ଅନନ୍ତ ମହାବିଦ୍ୟାଳୟର ଆଜି ପୂର୍ବାହ୍ନ ରେ ୪୭ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ମଧୁମିତା ରଥଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ଖେଳପଡିଆ,ଶ୍ରେଣୀଗୃହ, ପ୍ରେକ୍ଷାଳୟ ନଥିବା ସହିତ ଅଧ୍ୟାପକ ନଥିବା ଭଳି ଦୟନୀୟ ସ୍ଥିତି ସମ୍ପର୍କରେ ଜାଣି କ୍ଷୋଭ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ଏହାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଅନୁଷ୍ଠାନର ପୁରାତନ ଛାତ୍ର ଭାବରେ ସେ ଏଥିପାଇଁ ସମଗ୍ର ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟ ବକ୍ତାଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ୍ ରଣଜିତ୍ କୁମାର ପ୍ରଧାନ ଯୋଗଦେଇ ପ୍ରତ୍ୟେକ ଅନୁଷ୍ଠାନର ବିକାଶ ପାଇଁ ମିଳିତ ସହଯୋଗ ଓ ଆନ୍ତରିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଅଧ୍ୟାପିକା ରଶ୍ମିତା ମହାପାତ୍ର ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ ଅଧ୍ୟାପିକା ଅର୍ଚ୍ଚନା ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ ପରେ ଛାତ୍ରମାନେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ଫକୀର ମୋହନଙ୍କ ଲିଖିତ ନାଟକ ରେବତକୁ ଅତି ଚିତ୍ତାକର୍ଷକ ଭାବରେ ଛାତ୍ର ଛାତ୍ରୀ ମାନେ ଅଭିନୟ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଆଲୁମ୍ନି କମିଟି ସଭାପତି ଲକ୍ଷ୍ମଣ ପଟ୍ଟନାୟକ, ବନମାଳୀପୁର କଲେଜ୍ ଅଧକ୍ଷ ମୂରଲୀଧର ସାହୁ,ପୂର୍ବତନ ଅଧ୍ୟାପକ ରାଧାକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ ମାନଙ୍କ ସହ ବର୍ତ୍ତମାନର ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। Categories: ଓଡ଼ିଶା, କଟକ, ହୋମ୍ Related Content "ଦେଶ ବିଦେଶ" ର ସ୍ଵନକ୍ଷେତ୍ର ଦିବସ ପାଳିତ by Proprietor Abhimanyu Maharana May 8, 2026 Advento Communications Honored for Excellence in PR Services by Proprietor Abhimanyu Maharana May 8, 2026 Eastern India Regional Students’ Conference–2026 to be Held at Bhubaneswar by Proprietor Abhimanyu Maharana May 8, 2026 ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍ସ କନ୍ଫେରେନ୍ସ-୨୦୨୬ by Proprietor Abhimanyu Maharana May 8, 2026 ନାଚୁଣୀ ଥାନାରେ କୈଶୋର ସମସ୍ୟା ନିରାକରଣ ସଚେତନତା ଶିବିର by Proprietor Abhimanyu Maharana May 8, 2026 ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana May 8, 2026