Home ଓଡ଼ିଶା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମାଲକାନଗିରି ବିଧାୟକ, ବିଭିନ୍ନ ବିଷୟରେ କଲେ ଆଲୋଚନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପରେ ଜିଲ୍ଲା ସଭାପତି ଓ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ। ଏହି ଅବସରରେ ବିଧାୟକ ଶ୍ରୀ ମାଡକାମୀଙ୍କ ସହ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର ଓ ଜିଲ୍ଲା ସମ୍ପାଦକ ବି ଶ୍ରୀନିବାସ ପାତ୍ର ମାଲକାନଗିରିର ବହୁ ପ୍ରସିଦ୍ଧ ବଡ ଯାତ୍ରାକୁ ନେଇ ଆଲୋଚନା କରିଥିଲେ। ଏହି ଯାତ୍ରା ଏକ ପୌରାଣିକ ଯାତ୍ରା ହୋଇଥିବା ବେଳେ ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ସେହିପରି ଅନେକ ପୂଜକ, ଓ ଲାଠି ଦେବା ଦେବୀଙ୍କୁ ନେଇ ଆସୁଥିବା ଭକ୍ତ ମଣ୍ଡଳୀଙ୍କ ଯାତାୟତ, ରହିବା ଖାଇବା ଓ ଅନ୍ୟାନ୍ୟ ଅନୁସାଙ୍ଗିକ ବ୍ୟବସ୍ତା କରିବା ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଧାୟକଙ୍କୁ ସଂଘ ପକ୍ଷରୁ ଅନୁରୋଧ କରଯାଇଥିଲା। ସେହିପରି ଜିଲ୍ଲା ସଦରରେ ଉପୁଜୁଥିବା ଟ୍ରାଫିକ ସମସ୍ଯା, ପାର୍କିଂ ବ୍ୟବସ୍ତା, ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲା ସଦରର ରୂପାନ୍ତରିକରଣ କରି ଏକ ସୁନ୍ଦର ସହର ଭାବେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ମାଡକାମୀ ପ୍ରକାଶ କରିଥିଲେ। ଏହା ସହ ଜିଲ୍ଲା ସଦରର ବିଭିନ୍ନ ସମସ୍ଯା ଓ ଆଲୋଚିତ ବିଷୟକୁ ନେଇ ସେ ଦ୍ରୁଷ୍ଟି ଦେଇ ଉଚିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। ଏହାସହ ଜିଲ୍ଲାର ବିକାଶ ଧାରାରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ଵପୂର୍ଣ୍ଣ ଥିବାରୁ ଦାୟିତ୍ୱବାନ ସାମ୍ବାଦିକ ଓ ସାମ୍ବାଦିକ ସଂଘ ଭାବରେ ଉତ୍କଳ ସାମ୍ବାଦିକ ସଂଘ ଏବଂ ସମସ୍ତ ସଦସ୍ୟ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଇବାକୁ ବିଧାୟକ ଶ୍ରୀ ମାଡକାମୀ ପରାମର୍ଶ ଦେଇଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026