ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ଉତ୍କଳ ସାମ୍ବାଦିକ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ମାଧ୍ୟମରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ – ଅଶୋକକୁମାର ମିଶ୍ର, ଜିଲ୍ଲା ସମ୍ପାଦକ ଭାବେ ବି ଶ୍ରୀନିବାସ ପାତ୍ର, ଜିଲ୍ଲା କର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନ ମଲ୍ଲ, ଜିଲ୍ଲା ଉପସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ,

କୋଷାଧ୍ୟକ୍ଷ ଭାବେ ହୃଷୀକେଶ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିବଦତ୍ତ ସାହୁ ଓ ନୃଷିଂହ ଚରଣ ମହାନ୍ତିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ଏନ୍ ଏ ସି ରେ ସଂଘକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଜଣେ ଜଣେ ଚୟନ କରାଯାଇଛି ।

Exit mobile version