ଆଦିବାସୀ ଙ୍କ ପାରମ୍ପରିକ ରୀତି ନୀତିରେ ନିଆରା ଢଙ୍ଗ ରେ ପାଳିତ ପୁଷ ପୁନେଇ ଭେଟ୍ ଘାଟ୍

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ଆଧୁନିକ ଯୁଗରେ ଆଦିବାସୀ ମାନଙ୍କ ପରମ୍ପରା ଲୋପ ପାଉଥିବା ବେଳେ ଆଜି ସେହି ପରମ୍ପରା କୁ ନେଇ ପୁଣି ମନେ ପକେଇ ଦେଇଛନ୍ତି ଆଦିବାସୀ ଅଧୁଷ୍ୟୁତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ର ମେଣ୍ଡକୁଲି ଗ୍ରାମରେ l ଯାହା କି ଥିବା ଭୂମିଆ ସମାଜ ତରଫରୁ ଆଜି ପୁଷ ପୁନେଇ ଭେଟ ଗାଟର ଆୟୋଜନ କରାଯାଇଛି l ଏହା ଦ୍ୱାରା ଆଦିବାସୀ ମାନଙ୍କ ପରମ୍ପରା ବଞ୍ଚେଇ ରଖିବା ଏହାର ମୂଳ ଉଧେଶ୍ୟ l ପରସ୍ପର ଭିତରେ ପରିଚୟ ର ଆଦାନ ପ୍ରଦାନ କରିବା ସହ ନିଜ ନିଜ ଭିତରେ ଭାଇ ଚାରା ବଞ୍ଚେଇ ରଖିବା ସହିତ ନିଜର ପରମ୍ପରା ଓ ଲୋକକଳା କୁ ଲୋକଲୋଚନ କୁ ଆଣିବା ଏହାର ମୂଳ ଉଧେଶ୍ୟ l

ଏହି କାର୍ଯ୍ୟକ୍ରମ ରେ ମାଥିଲି ବ୍ଲକ ସହିତ ଜିଲ୍ଲାର ବହୁ ଆଦିବାସୀ ପୁରୁଷ ଓ ମହିଳା ଠାରୁ ଆରମ୍ଭ କରି ଅବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ସଂଗୀତର ତାଳେ ତାଳେ ନାଚି ଉଠିଲେ ଓ ନିଜକୁ ପାରମ୍ପରିକ ନିଜ କୋରାପୁଟିଆ ଦେଶିଆ ଗୀତରେ ହଜାଇ ଦେଇଥିଲେ l ଏହା ମାଲକାନଗିରି ଜିଲ୍ଲା ଆଦିବାସୀ ଭୂମିଆ ସମାଜ ର ଦୁଃଖ ସୁଖ ର ସାଥି ଶ୍ରୀ ହଳଧର ପୂଜାରୀ ଙ୍କ ନେତୃତୁ ରେ ଆଜି ର ପୁଷ ପୁନେଇ ଭେଟ ଘାଟ ହୋଇଥିଲା l

ଭୂମିଆ ସମାଜ ଜିଲ୍ଲା ସଭାପତି ଶ୍ରୀ ବନ୍ଧୁ ମୁଦୁଲି, ସମ୍ପାଦକ ଚନ୍ଦ୍ର ନାୟକ,ଯୋଗଦେଇଥିଲେ ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଏରିଆର ଆଦିବାସୀ ଝିଅ ପୂର୍ବତନ ବ୍ଲକ ଅଧକ୍ଷା ଓ ଜୁନ ୧ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଉଦୟନାଥ ମାଦ୍ରୀ,ଏବଂ ଭୂମିଆ ସମାଜ ର ମୁଖ୍ୟ ନାୟକ ରାମ ଚନ୍ଦ୍ର ନାୟକ,କାର୍ଯ୍ୟକର୍ତା,ବାସୁଦେବ ଭୂମିଆ,

ଆଦିବାସୀ ଗୀତ ନିର୍ଦେଶକ ବଳରାମ ନାୟକ,ଏବଂ ପୂର୍ବତନ ସରପଞ୍ଚ ଡମୁ ନାୟକ,ତ୍ରିନାଥ ଭୂମିଆ, ସମାରୁ ନାୟକ,ଇନ୍ଦ୍ର ନାୟକ,ମଧୁ ନାୟକ,ଙ୍କ ସମେତ ବହୁ ଆଦିବାସୀ ଭୂମିଆ ସମାଜ ର ଜନସାଧାରଣ ଉପସ୍ଥିତ ଥିଲେ l ଏହା ଦ୍ୱାରା ଆଗାମୀ ପିଢ଼ି ନିଜର ପରମ୍ପରା କୁ ବଜାଇରଖିବା ଏବଂ ପରମ୍ପରା କୁ ଆଗେଇନେବା ର ଏକ ପ୍ରୟାସ l ଏହି ସବୁ ପାରମ୍ପରିକ ରୀତି ନୀତି ର ସହ ନିଆରା ଢଙ୍ଗ ରେ ପାଳିତ ପୁଷ ପୁନେଇ ଭେଟ୍ ଘାଟ୍ କୁ ନେଇ ଲୋକଲଚନ ରେ ପ୍ରସଂସନୀୟ ହେବାରେ ଲାଗିଛି l

Exit mobile version