ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶ୍ଵଶାନ୍ତି ମହାଜଜ୍ଞ

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମା ଭଗବତୀ ପୀଠ ଓ ଶ୍ରୀ ପଞ୍ଚମୁଖୀ ମନ୍ଦିର, ବାଲିଆ ଠାରେ ଶ୍ରୀ ପଞ୍ଚ ମୁଖି ହନୁମାନ ସେବା ଟ୍ରଷ୍ଟ ପକ୍ଷରୁ ଶ୍ରୀ ବିଘ୍ନ ରାଜ, ଗଜାନନ, ପ୍ରଭୁ ରାମ ଚନ୍ଦ୍ର ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର 6ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସହ ବିଶ୍ଵଶାନ୍ତି ମହlଜଜ୍ଞ ଓ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି l

ବୁଧବାର ଠାରୁ ଆରମ୍ଭ ହୋଇ ରବିବାର ପବିତ୍ର ବସନ୍ତ ପଞ୍ଚମୀରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି l ଏଥିରେ ଅଷ୍ଟମ ପ୍ରହର ନାମ ଯଜ୍ଞ, ଅଙ୍କୁରା ରୋପଣ, ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା ଜାଗିଂକ ପଣ୍ଡିତ ମାନଙ୍କ ଦ୍ୱାର ଘୃତା ହୂତି ପ୍ରଦାନ କରାଯାଇଥିଲା l ଶେଷରେ ଲଉଡ଼ି ପ୍ରତିଯୋଗିତା କରାଯାଇଥିଲା l

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପୂର୍ବତନ ଏମପି ଡା ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ମାନବିକଅଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ବିଜେଡି ନେତା ଯୁଧିଷ୍ଠିର ସେଠୀ ପ୍ରମୁଖ ବହୁ ନେତୃ ବୃନ୍ଦ ଯୋଗଦେଇ ଠାକୁରଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l

Exit mobile version