0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟ ରେ ଶୁଖିଲା ଆମ୍ବ ଗଛ ଡାଳ ପଡି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ରୁ ପ୍ରକାଶ ଯେ, ପଣସପଡି ସାହିରୁ କୋର୍ଟ କୁ ଯିବା ପାଇଁ ନିଜ ବାଇକ ରେ ବାହାରିଥିଲେ ବରିଷ୍ଠ ଓକିଲ ରାମ କୃଷ୍ଣ ଦାସ । କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ ରାସ୍ତା ପାର୍ଶ୍ଵ ରେ ଦୀର୍ଘ ଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛର ଡାଳ ଟି ଭାଙ୍ଗି ଯାଇ ଚଳନ୍ତା ବାଇକ ରେ ଥିବା ଶ୍ରୀ ଦାସ ଙ୍କ ଉପରେ ଛିଡି ପଡିଥିଲା ।

