ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର

0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଡାକ୍ତର ହେବ ତ ଏମିତି ହାତରେ ଲାଗିଛି ସାଲାଇନ୍ ହେଲେ ଏଭଳି ପରିସ୍ଥିତି ରେ ମଧ୍ୟ ରୋଗୀ ସେବା କରୁଛନ୍ତି ଡାକ୍ତର l ଇଏ କଉ ଫିଲ୍ମ ର କାଳ୍ପନିକ ଘଟଣା ନୁହଁ lଏ ହେଉଛନ୍ତି ଗଜପତି ଜିଲ୍ଲା ରାମଗିରି ସ୍ଥିତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ l ସ୍ବାସ୍ଥ୍ୟ କେନ୍ଦ୍ରର ଏକମାତ୍ର ଡାକ୍ତର ବ୍ରଜରାଜ କୋରା କର୍ତ୍ତବ୍ୟକୁ ନିଜ ଜୀବନର ବ୍ରତ ପାଳନ କରି ନିଜେ ଅସୁସ୍ଥ ଥାଇ ମଧ୍ୟ ରୋଗୀ ସେବା କରୁଛନ୍ତି l

ହାତରେ ଫାର୍ମାସିଷ୍ଟ ଜଣଙ୍କ ସାଲାଇନ ଲଗାଇଛନ୍ତି l ସାଲାଇନ୍ ଲାଗୁଥିବା ଅବସ୍ଥାରେ ସେ ରୋଗୀ ସେବା ଯୋଗାଉଛନ୍ତି l ଟିକେ ବିଶ୍ରାମ ନେବା ବଦଳରେ ରୋଗୀ ସେବା କରୁଛନ୍ତି ସେ l ଯାହାକୁ ନେଇ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ଡାକ୍ତର ବ୍ରଜରାଜ କୋରାଲ ।

Exit mobile version