0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କୁର୍ଲୁମାଲ ଗାଁ ର କୁମାରୀ ବରିହା (୪୫) ବୋଲି ଜଣାଯାଇଛି। ସୂଚନା ଅନୁସାରେ ମୃତା ମହିଳା ନିଜ ଚାଷ ଜମି ରୁ ଜାଳେଣି କାଠ ସଂଗ୍ରହ କରି ଫେରୁଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଆପାଚି ମୋଟର ସାଇକେଲ ଧକା ଦେବାରୁ ମହିଳା ଗୁରୁତର ହୋଇଥିଲେ ।

