ଧଣ୍ଡାମୁଣ୍ଡା ଗାଁ ରେ ଜଙ୍ଗଲୀ ବାରହା ଆତଙ୍କ, ଜଣେ ଆହତ

0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ଖପ୍ରାଖୋଲ  :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁ ମଝିରେ ଜଙ୍ଗଲୀ ବାରହା ଆତଙ୍କ ଖେଳାଇ ଥିବା ଵେଳେ ସହଦେଵ ସାହୁ ନାମକ ଜଣେ ବ୍ୟକ୍ତି ବାରହା ଆକ୍ରମଣ ରେ ଆହତ ହୋଇଥିବା ସୂଚନା ମିଳିଛି I

ସୂଚନା ଯୋଗ୍ୟ କିଛି ବର୍ଷ ହେଲା ଖପ୍ରାଖୋଲ ବ୍ଲକ ଗାନ୍ଧୀମାର୍ଦନ ତଳି ଅଞ୍ଚଳ ରେ ବାରହା ମାନେ ଲୋକଙ୍କ ଫସଲ ବ୍ୟାପକ ନଷ୍ଟ କରୁଥିବା ଵେଳେ ଏବେ ଜାନଵସତି ମୁହାଁ ଜଙ୍ଗଲୀ ଜୀବଜନ୍ତୁ I ବାରହା ଆକ୍ରମଣ ରେ ଶିକାର ହୋଇଥିବା ସହଦେଵ ସାହୁ ଙ୍କୁ ତୁରନ୍ତ ଖପ୍ରାଖୋଲ ପ୍ରାଥମିକ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିଥିବା ସୂଚନା ମିଳିଛି l

Exit mobile version