Home ଓଡ଼ିଶା ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କାଙ୍କୁ ଗାଁର ମହକ ସମ୍ମାନ ପ୍ରଦାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp 0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବିଶିଷ୍ଟ ଗାଳ୍ପିକ ଓ ଔପନ୍ୟାସୀକ ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କାଙ୍କୁ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ତରଫରୁ ସର୍ବୋଚ୍ଚ ସମ୍ମାନ ଗାଁର ମହକ ସମ୍ମାନ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମ ଠାରେ ପ୍ରଦାନ କରାଯାଇଛି । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବ୍ରାଜ ଲେଙ୍କା, ମୁଖ୍ୟବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କୁମାର ଅମୀୟ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଯୁବସଂଗଠକ ଅବିନାସ ପଟ୍ଟନାୟକ, କବି କୌଶିକ ନାୟକ, କାଶିନାଥ ରାଉତ ଓ ୱାର୍ଡ କାଉନସିଲର ସବିତା ନନ୍ଦ ପ୍ରମୁଖ ଯୋଗଦାନ କରି କବି ଓ ସାହିତ୍ୟିକମାନେ ଦ୍ୱିତୀୟ ଈଶ୍ୱର ଭାବେ ବର୍ଣ୍ଣନା କରିବା ସହିତ ଅନୁଷ୍ଠାନର ମୁଖପତ୍ର ଗାଁର ମହକକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ସଂକୁନ୍ତଳା ମଲିକଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ ଅତିଥି ଭାବେ ସରୋଜିନି ସାହୁ, ଚନ୍ଦ୍ରକାନ୍ତି ସିଂ, ବିଦ୍ୟୁଲତା ଭୂୟାଁ ଓ ମୁକ୍ତପ୍ରଭା ଆଚାର୍ଯ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ମନୋଜ କୁମାର ରାଉତ ଓ କବି ଲଲାଟେନ୍ଦୁ ପଣ୍ଡା ସଭାପରିଚାଳନା କରିଥିଲେ । ଅନୁଷ୍ଠାନ ତରଫରୁ ଜଗବନ୍ଧୁ ତୁଙ୍ଗ ସାମନ୍ତ, ନରାୟଣ ଦାସ, ନିମାଇଁ ମହାନ୍ତି, ଗାୟକ ବସନ୍ତ କୁମାର ରଥ, ପ୍ରଫୁଲ୍ଲ କୁମାର ପଣ୍ଡା, ସଂଯୁକ୍ତା ସାହୁ, ପ୍ରତୀମା କୁମାରୀ ମହାରଣା, ସୁବାସ ନାୟକ, ଜ୍ୟୋସ୍ôନା ରାଣୀ ମହାନ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 10, 2026 ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ by Proprietor Abhimanyu Maharana May 10, 2026 ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ by Proprietor Abhimanyu Maharana May 10, 2026 ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 10, 2026 ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ by Proprietor Abhimanyu Maharana May 10, 2026 ମୃତ ରାକେଶକୁ ନ୍ୟାୟ ଦାବିରେ - ୫ ଘଣ୍ଟା ରାସ୍ତାରୋକ by Proprietor Abhimanyu Maharana May 10, 2026