ବାଙ୍କୀରେ ନୂତନ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଯୋଗଦାନ

0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଶ୍ରୀଚିନ୍ମୟୀଚେତନା ଦାସ ଯୋଗଦାନ କରିଛନ୍ତି । ସୁଶ୍ରୀ ଦାସ ୨୦୧୬ମସିହା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇଥିଲେ ଓ ଏହା ପୂର୍ବରୁ ତାଳଚେରର ବିଡିଓ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ସୁଶ୍ରୀ ଦାସଙ୍କୁ ବାଙ୍କୀ ଉପଖଣ୍ଡରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ

ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡେପୁଟି କଲେକ୍ଟର ହୃଷିକେଷ ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ପ୍ରିୟଙ୍କା ଜୁଝାର ସିଂହ, ଉପବିଭାଗ ଅଧିକାରିଣୀ ଜୟନ୍ତୀ ରାଉତ, ନାଜର ପଠାଣୀ ବାରିକ ସମେତ ସମସ୍ତ କର୍ମଚାରୀ ନୂତନ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ ।

Exit mobile version