୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ‘ମହାକୁମ୍ଭମେଳା ଏକ ସାଂସ୍କୃତିକ ବିଶ୍ଳେଷଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ୍ ମିଶ୍ର ସଭାପତିତ୍ୱ କରି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳା ଭାରତର ଐତିହ୍ୟ ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ମେଳା ଭାବେ ବର୍ଣ୍ଣନା କରିଥିଲେ ।
