ବାଙ୍କୀ କଲେଜ ରସାୟନ ବିଜ୍ଞାନ ବିଭାଗର ଡେମୋଷ୍ଟ୍ରେଟରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା  

୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ବରିଷ୍ଠ ଡେମୋଷ୍ଟ୍ରେଟର କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କଲେଜ ପରିସରରେ ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରି ଶ୍ରୀ ସ୍ୱାଇଁଙ୍କ କଲେଜ ପ୍ରତି ଥିବା ତାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଶ୍ରୀ ସ୍ୱାଇଁ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ତାଙ୍କର ସୁନାମ ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ + ୨ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଅଧ୍ୟାପକ ମୁକ୍ତିପଦ ପଣ୍ଡା, ଅଧ୍ୟାପକ ଆଶିଷ କୁମାର ପାଢୀ, କୁମୁନ୍ଦରଞ୍ଜନ ମହାରଣା, ମୁଖ୍ୟକିରାଣୀ ରମେଶ ଚନ୍ଦ୍ର ସାହୁ, ନଳନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦାନ କରି ଶ୍ରୀ ସ୍ୱାଇଁ ଜଣେ ଆଦର୍ଶ ଓ ନୀତିନିଷ୍ଠ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । ଶେଷରେ କୁମୁନ୍ଦରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version