ଜିଲ୍ଲାପାଳଙ୍କର ନୂଆ ଗାଁ (ଖଜୁରୀପଦା) ପଞ୍ଚାୟତ ଗ୍ରସ୍ତ

୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବାବୁସାହେବ ସିନ୍ଧେ ନୂଆ ଗାଁ ପଂଚାୟତର ଖଜୁରୀପଦା ଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ସରପଂଚ ମମତା ମହାପାତ୍ର ପଂଚାୟତରେ ଅଙ୍ଗନୱାଡି ଘର, ମିଶନଶକ୍ତି ଗୃହ, ନଥିବା ଦର୍ଶାଇଥିଲେ । ପଂଚାୟତରେ ଡିଲର ନଥିବାରୁ ଲୋକମାନଙ୍କୁ ପାଖ ପଂଚାୟତରୁ ଚାଉଳ ,ଗହମ ଆଣିବାକୁ ଯାଉଛନ୍ତି । ଫଳରେ ହିତାଧକାରୀମାନେ ୧୦କି.ମି ଚାଲି ଚାଲି ଯାଇ କାଳିପୋଇ ପଂଚାୟତରୁ ଚାଉଳ ଆଣୁଛନ୍ତି ।

ଏଥିପ୍ରତି ଦୃଷ୍ଟି ଦେବାକୁ ସରପଂଚ ଶ୍ରୀମତୀ ମହାପାତ୍ର କହିଥିଲେ । ଲୋକମାନେ କିପରି ଶାନ୍ତିଶୃଙ୍ଖଳାରେ ରହିବେ ସେ ବିଷୟରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । , କଟକ ଗ୍ରାମାଞ୍ଚଳ ସେପି ପ୍ରତୀକ ସିଂହ, ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ମଦ୍ଦରାଜ ଭୂୟାଁ, ଡି.ଏସ୍‌.ପି ବିଜୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ପ୍ରଭୃତି ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂର୍ବରୁ ସେହି ଗ୍ରାମରେ ୨୦୨୦ମସିହାରେ ହୋଇଥିବା ହତ୍ୟା ଘଟଣାରେ ଗ୍ରାମ ଅଶାନ୍ତ ଥିଲା । ବାହାରେ ରହୁଥିବା ଲୋକ କିପରି ଗ୍ରାମକୁ ଆସିବେ , ଶାନ୍ତିଶୃଙ୍ଖଳାରେ ବସବାସ କରିବେ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ସହିତ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

Exit mobile version