ବାଳିକା ଆତ୍ମରକ୍ଷା ସାମର୍ଥ୍ୟ ଶିବିର

 

୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ ଆନୁକୁଲ୍ୟରେ ବାଳିକା ମାନଙ୍କ ଆତ୍ମରକ୍ଷା ସାମର୍ଥ୍ୟ ଶିବିର ୮ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା କବିତା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଯାପନି ଉତ୍ସବରେ

ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି ଛାତ୍ରୀମାନଙ୍କୁ ନିଜକୁ ସୁରକ୍ଷା ଦେବାପାଇଁ ଉକ୍ତ ପ୍ରଶିକ୍ଷଣ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ନିରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଶିକ୍ଷଣରେ ଯୋଗଦେଇଥିବା ସମସ୍ତ ଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Exit mobile version