ତୁଳସୀପୁରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ପ୍ରକୃତିବନ୍ଧୁ ସଂଗଠନର ଆବାହକ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁଙ୍କ ଓ ବଜାର କମିଟି ସଭାପତି ପ୍ରତାପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗ୍ରାମ ବଜାରକୁ ସଫା କରିବା ସହିତ ଅଳିଆ ଆବର୍ଜନାକୁ ଗାତଖୋଳି ପୋତି ଦେଇଥିଲେ ।

ଏଥି ସହିତ ସ୍ୱଚ୍ଛତା ଉପରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁକାନ୍ତ ସାହୁ, ଦିନବନ୍ଧୁ ଦେବତା, ଚନ୍ଦନ ସାହୁ, ଉମେଶ ମହାପାତ୍ର, ସୁରେଶ ବେହେରା, ହୃଦାନନ୍ଦ ବେହେରା, ଚରଣ ବାରିକ, ପଦି ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Exit mobile version