Home ଓଡ଼ିଶା ବାଙ୍କୀ କଲେଜ ନାକ୍ କମିଟି ପରିଦର୍ଶନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଓ ସମୀକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଗାମୀ ନାକ୍ କମିଟି ପରିଦର୍ଶନ ଆସିବା ସଂପର୍କରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଓ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବରିଷ୍ଠ ସଦସ୍ୟ ପ୍ରଫେସର ସୁସ୍ମିତ୍ ପ୍ରସାଦ ପାଣି ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ୍ୱ ବିଭାଗର ପ୍ରଫେସର ଡକ୍ଟର ଶ୍ରୀରୂପ ଗୋସ୍ୱାମୀ ଯୋଗଦାନ କରି ନାକ୍ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଏଥି ସହିତ କଲେଜର ବିଭିନ୍ନ ବିଭାଗ , ପାଠାଗାର, ବିଜ୍ଞାନଗାର, ଛାତ୍ର ଓ ଛାତ୍ରୀ ନିବାସ ବୁଲିବା ସହ ପୁରାତନ ଛାତ୍ରମାନଙ୍କ ସହିତ ବିିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜ ପରିଚାଳନା କମିଟି ସଭାପତି ଡକ୍ଟର ପ୍ରଦୀପ କୁମାର ବେହେରା ଓ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସହାୟତ କରିଥିଲେ । କାର୍ଯ୍ୟକ୍ରମରେ ଆଇକ୍ୟୁଏସି ସଂଯୋଜକ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିବାସିନୀ ପଣ୍ଡା, ପୁରାତନ ଛାତ୍ରସଂସଦର ସଂପାଦକ ବୃନ୍ଦାବନ ପ୍ରଧାନ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଆଲୋଚନାରେ ଭାଗନେଇଥିଲେ । ଆସନ୍ତା ନାକ୍ କମିଟି ଗ୍ରସ୍ତକୁ କିପରି ସଫଳ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026