ବିଶ୍ୱଗାୟତ୍ରୀ ପରିବାର ଆନୁକୁଲ୍ୟରେ ପବିତ୍ର ଜ୍ୟୋତିକଳସ ରଥ ପରିକ୍ରମା

୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବିଶ୍ୱଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ (ହରିଦ୍ୱାର)ଙ୍କ ଆନୁକୁଲ୍ୟରେ ପବିତ୍ର ଜ୍ୟୋତି କଳସ ରଥ ପରିକ୍ରମା ଅକ୍ଟୋବର ୨୦୨୪ ଠାରୁ ଆରମ୍ଭ ହୋଇ ସାରା ଭାରତବର୍ଷର କ୍ଷତ୍ରିୟ ପରିସରରେ ଚାଲୁ ରହିଛି । ଏହି ଅବସରରେ ଗତ ତା.୨୯.୦୧.୨୦୨୫ରିଖ ବାଙ୍କୀ ଗାୟତ୍ରୀ ଶକ୍ତି ପୀଠ ଠାରେ କ୍ଷେତ୍ର ପରିକ୍ରମା ପାଇଁ ଆସି ପହଞ୍ôଚଥିଲେ । ବାଙ୍କୀ ଗାୟତ୍ରୀ ଶକ୍ତିପୀଠର ମୁଖ୍ୟଟ୍ରଷ୍ଟି ଅରୁଣ କୁମାର ବେହେରା, ସଭାପତି ଜିତେନ୍ କୁମାର ରଥ, ଗାୟତ୍ରୀ ପ୍ରଜ୍ଞାପୀଠର ସଂଚାଳିକା ରଜନୀ ନାୟକ, ପରିବ୍ରାଜକ ସୁଶାନ୍ତ କୁମାର ଭଞ୍ଜ ଓ ଶକ୍ତିପୀଠର ଅନ୍ୟାନ୍ୟ ଟ୍ରଷ୍ଟିବୃନ୍ଦଙ୍କ ଗହଣରେ ଶହ ଶହ ଶ୍ରଦ୍ଧାଳୁ ଚକୁଳେଶ୍ୱର ଗ୍ରାମ ଠାରେ ହରିବୋଲ୍ ହୁଳହୁଳି , ଧୂପଦୀପ ପ୍ରଦାନ କରି ସ୍ୱାଗତ କରିଥିଲେ । ବିରାଟ ପଟୁଆରରେ ଏହି ରଥକୁ ଚକୁଳେଶ୍ୱର ଓ କୁଶୁପଙ୍ଗି ଗ୍ରାମ ପରିକ୍ରମା କରାଯାଇ ବାଙ୍କୀ ଗାୟତ୍ରୀ ଶକ୍ତିପୀଠକୁ ଅଣାଯାଇଥିଲା ।

ଆସିବା ବାଟରେ ଜାତମୁଣ୍ଡିଆ , ଶିମିଳିପୁର, ହରିରାଜପୁର, ବାଲି ସାହି, ବେଦପୁର, ଖମାରଙ୍ଗ ଗ୍ରାମମାନଙ୍କରେ ଭକ୍ତମାନେ ବନ୍ଦାପନା କରି ଜ୍ୟୋତି ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ଶୋଭାଯାତ୍ରାରେ କଟକ ଗାୟତ୍ରୀ ଶକ୍ତିପୀଠର ପରିଜନ ଦେବରାଜ କଳସୀ, ଶରତ କୁମାର ନାୟକ, ସୂର୍ଯ୍ୟନାରାୟଣ ସାହୁ, ନିଶାକର ସେଠୀ, ନିର୍ମଳା ପାତ୍ର, ଜ୍ୟେସ୍ôନାମୟୀ ଲେଙ୍କା, ଶ୍ରୀମତୀ ଇଲାଟଙ୍କ ପ୍ରଭୃତି ଯୋଗଦାନ କରିଥିଲେ । ଏହି ରଥ ବାଙ୍କୀ କଲେଜ ନିକଟସ୍ଥ କ୍ଷେତ୍ର ରଣପୁର ଗ୍ରାମ ଜଳେଶ୍ୱରମନ୍ଦିର ଓ ଚର୍ଚ୍ଚିକା ଗ୍ରାମ ପରିକ୍ରମା କରିଥିଲେ । ଅପରାହ୍ନରେ ଶକ୍ତିପୀଠ ଠାରେ ଏକ ବିରାଟ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେଠାରେ ଜ୍ୟୋତିକଳସ ପରିକ୍ରମା ସମ୍ପର୍କରେ ବୁଝାଇଥିଲେ । ଶେଷରେ ଋଷିପୁତ୍ରମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ବିଦାୟ ଦିଆଯାଇଥିଲା ।

Exit mobile version