01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ହାଇସ୍କୁଲ୍ ପଡ଼ିଆରେ ଆସନ୍ତା ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା।ଯାହାକି ମହୋତ୍ସବ ମହୋତ୍ସବ ପଡିଆ ସୁନ୍ଦର ଭାବରେ ସଜେଇ ହେବାରେ ଲାଗିଛି। ଚତୁପାର୍ଶ୍ଵ ଷ୍ଟଲ୍ ସଜ୍ଜିକରଣ ସହ କଷ୍ଟି ଡାକୁଆ ସାଂସ୍କୃତିକ ମଞ୍ଚ ସୁନ୍ଦର ଭାବେ ସଜ୍ଜିକରଣ ହେବାରେ ଲାଗିଛି। କିପରି ସଫଳତାର ସହ ଆୟୋଜନ କରାଯିବ ସେଥିପାଇଁ ମହୋତ୍ସବ କମିଟି ର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି।

