Home ଓଡ଼ିଶା ତାଲୁକ ଆଇନ ସେବା ପକ୍ଷରୁ କିନ୍ନରଙ୍କୁ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଚିଲିକା ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟର ଶୁକ୍ରବାର ସ୍ଥାନୀୟ ଶିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ସଭା ଗୃହରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଯୁଧିଷ୍ଠିର ଦଳେଇ କିନ୍ନର ମାନଙ୍କ ପାଇଁ ପ୍ରଣୀତ ଆଇନ ବିଷୟରେ ଆଲୋକପାତ କରିଥିଲେ l ଚିଲିକା ତାଲୁକ ଆଇନ ସେବା ସମିତିର ସଭ୍ୟ ତଥା ଚିଲିକା ଓକିଲ ସଂଘ ର ପୂବର୍ତନ ସମ୍ପାଦକ ଦେବାଶିଷ ରଥ ଏବଂ ବରିଷ୍ଠ ଆଇନଜୀବି ଚିତ୍ରସେନ ସାହୁ, ଭାସ୍କର ଘଡ଼ାଇ,ଅଶୋକ କୁମାର ଜେନା ପ୍ରମୁଖ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଆଇନ ସୁରକ୍ଷା, ମୌଳିକ ଅଧିକାର, ଥଇଥାନ ଏବଂ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପରିପ୍ରେକ୍ଷୀରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଚିଲିକା ଓକିଲ ସଂଘର ଅନ୍ୟାନ୍ୟ ଆଇନଜୀବି ସୁକାନ୍ତ କୁମାର ପ୍ରଧାନ,କିଶୋର ବେହେରା, ମନୋରଞ୍ଜନ ପରିଡାଙ୍କ ସମେତ ବିବେକାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l କିନ୍ନର ସଂଘର ସଭାପତି ଜ୍ୟୋତି ଓ ସମ୍ପାଦକ ପୁନମଙ୍କ ସମେତ ବହୁ ସଂଖ୍ୟାରେ କିନ୍ନର ଯୋଗ ଦେଇ ସେମାନଙ୍କ ପାଇଁ ପ୍ରଣୀତ ଆଇନ ସହାୟତା ବିଷୟରେ ଅବଗତ ହୋଇଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026