01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :- ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନ ୧୧ଘଟିକା ସମୟରେ ମହାବିଦ୍ୟାଳୟ ପରିସରରେ ବାଲୁଗାଁ ଥାନା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ସେବା ଯୋଜନା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ଓ ରେଞ୍ଜର ଶାଖା ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l

