Home ଓଡ଼ିଶା ଲୋକୋ ପାଇଲଟଙ୍କ ପାଇଁ“ଚାପ ମୁକ୍ତ ତାଲିମ”ଶିବିର ସମାପ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଚାଲିଥିବା ତିନି ଦିନିଆ “ଲୋକୋ ପାଇଲଟ୍ ଙ୍କ ପାଇଁ ଚାପ ମୁକ୍ତ ତାଲିମ”ଶିବିର ସମାପ୍ତ ହେଇଯାଇଛି । ଏହି ସମାପ୍ତ କାର୍ଯ୍ୟକ୍ରମରେ, ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ହେଚ୍.ଏସ.ବାଜ୍ୱା,ଶ୍ରୀ ପି.କେ.ବେହେରା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଓପି)ତଥା ଶ୍ରୀ ଏଚ୍.କେ.ଦତ୍ତ ଆର୍ଟ ଅଫ୍ ଲିଭିଙ୍ଗ ଆସୋସିଏସନର ଓଡିଶା ରାଜ୍ୟ ସଂଯୋଜକ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଟ୍ରାଫିକ୍ କଲୋନୀ ସ୍ଥିତ କନଫରେନ୍ସ ହଲ୍ ଠାରେ ଦିନାଙ୍କ ୨୯.୦୧.୨୦୨୫ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନ ଯଥା ପାରାଦୀପ, ଯଖପୁରା, ଖୋର୍ଦ୍ଧାରୋଡ଼,ଭଦ୍ରକ, କଟକ,ଛତ୍ରପୁର, ପଲାସା ଏବଂ କେନ୍ଦୁଝରଗଡ଼ ରେ କାର୍ଯ୍ୟ କରୁଥିବା, ୩୪ ଜଣ ଲୋକୋ ପାଇଲଟ ଏବଂ ସହକାରୀ ଲୋକୋ ପାଇଲଟ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ, ସମସ୍ତଙ୍କୁ ବ୍ୟବହାରିକ,ସରଳ କିନ୍ତୁ ଅତ୍ୟଧିକ ପ୍ରଭାବଶାଳୀ ପଦ୍ଧତି ଅନ୍ତର୍ଭୁକ୍ତ ଯେପରିକି ଯୋଗ ଆସନା, ପ୍ରାଣାୟାମ,ଧ୍ୟାନ ଏବଂ ସୁଦର୍ଶନ କ୍ରିଆ ପଦ୍ଧତି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ହେଚ୍.ଏସ.ବାଜ୍ୱା, ଡିଆରଏମ୍,ଖୋର୍ଦ୍ଧା ରୋଡ୍ କହିଛନ୍ତି ଯେ ଲୋକୋ ପାଇଲଟଙ୍କ ଉପରେ ସେମାନଙ୍କର ଚ୍ୟାଲେଞ୍ଜିଂ ଚାକିରିକୁ ନେଇକି ଏକ ବଡ଼ ଦାୟିତ୍ଵ ରହିଛି।ଏହି କର୍ମଚାରୀଙ୍କ ଜୀବନଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନଙ୍କୁ ବ୍ୟକ୍ତିଗତ ଜୀବନ,କର୍ମମୟ ଜୀବନ ଏବଂ ସାମାଜିକ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପଡିବ ଏବଂ ଏହା କେବଳ ଚାପମୁକ୍ତ ମନ ଦ୍ୱାରା ସମ୍ଭବ ହୋଇପାରିବ । ସେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଲିମ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କଠାରୁ ମତାମତ ନେଇଥିଲେ।ଚାପ ପରିଚାଳନା ଉପରେ ଶିଖାଯାଇଥିବା ଶିକ୍ଷାଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଉତ୍ସାହିତ କରିବା ଉଚିତ୍ ବୋଲି କହିଛନ୍ତି । ଖୋର୍ଦ୍ଧା ରୋଡ୍ ମଣ୍ଡଳ ଆଗାମୀ ଦିନରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଆହୁରି କିଛି ତାଲିମ କାର୍ଯ୍ୟକ୍ରମ କରିବାକୁ ଯୋଜନା କରୁଛି ବୋଲି ସେ କହିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ “ଆର୍ଟ ଅଫ୍ ଲିଭିଙ୍ଗ”ଏକ ପ୍ରମୁଖ ସ୍ୱେଚ୍ଛାସେବୀ- ଆଧାରିତ ଏନଜିଓ ସହଯୋଗରେ ପରିଚାଳିତ କରାଯାଇଛି । ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଭୁବନେଶ୍ୱରର ଆର୍ଟ ଅଫ୍ ଲିଭିଙ୍ଗର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀ ଲଲିତ କୁମାର ମହାନ୍ତି ଏବଂ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରଶିକ୍ଷଣ ଦେଇଛନ୍ତି । ଷ୍ଟ୍ରେସ୍ ଫ୍ରି ଟ୍ରେନିଂ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଦ୍ୟୁତ୍ (ଅପରେସନ୍) ବିଭାଗ ଦ୍ୱାରା, ଶ୍ରୀ ଶୁଭଜିତ୍ ଦାଶ, ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରଙ୍କ (ଅପରେସନ୍), ନିର୍ଦ୍ଦେଶନାରେ ଏବଂ ଶ୍ରୀ ଏସ୍ ଟି ରହମାନ, ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଅପରେସନ୍), ଶ୍ରୀ ସୁମନ୍ତ ବେହୁରା , ସହାୟକ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଅପରେସନ୍) ଙ୍କ ସହଯୋଗରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ, ଡିଭିଜନାଲ ରନିଂ ଷ୍ଟାଫ୍ ଟ୍ରେନିଂ ସେଣ୍ଟର ର, ମୁଖ୍ୟ ଲୋକୋ ଇନ୍ସପେକ୍ଟର, ଶ୍ରୀ ଅବନୀ କୁମାର ମହାପାତ୍ର ସଂଯୋଜନା କରିଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026