Home ଅପରାଧ ଭାଉଜଙ୍କ କଟୁରୀ ଚୋଟରେ ଦିଅର ଗୁରୁତର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp 01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଦୁମୁକା ଗ୍ରାମରେ ଆଜି ସକାଳେ ଜମିବାଡ଼ି ମାମଲାକୁ ନେଇ ଭାଉଜର କଟୁରି ଚୋଟରେ ଦିଅର ଗୁରୁତର ହୋଇଥିବା ନେଇ ଡେରାବିଶ ଥାନାରେ ଅଭିଯୋଗ ହୋଇଛି । ଦୁମୁକା ଗ୍ରାମର ମହେନ୍ଦ୍ର ଦାସ ଡେରାବିଶ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ସେ ଆଜି ସକାଳୁ ଗ୍ରାମଦେବତୀଙ୍କ ଦର୍ଶନ କରି ଫେରୁଥିବା ବେଳେ ତାଙ୍କ ବଡ଼ବାପା ପୁଅ ଅରବିନ୍ଦଙ୍କ ସ୍ତ୍ରୀ ରୁବି ଦାସ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ କଟୁରୀ ଚୋଟ ମାରିଥିଲେ l ହେଲେ ସେ ରକ୍ଷା ପାଇବା ପାଇଁ ତାଙ୍କ ବାମହାତ ଦେଖାଇ ଦେବାରୁ କଟୁରୀ ଚୋଟ ତାଙ୍କ ହାତରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ ଓ ଭୟରେ ମନ୍ଦିର ଆଡ଼କୁ ଦଉଡ଼ିବାରେ ଲାଗିଥିଲେ I ହେଲେ ରୁବି ତାଙ୍କ ପଛରେ ଗାଡ଼ାଇ ଆକ୍ରମଣ କରିବାକୁ ଲାଗିଥିଲେ ବୋଲି ମହେନ୍ଦ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଗ୍ରାମବାସୀ ପହଞ୍ଚି ରୁବିଙ୍କୁ ଅଟକାଇବାରୁ ରୁବି ନିଜ ଘରକୁ ଫେରି ପଳାଇ ଯାଇଥିଲେ । ତେବେ ପୁଲିସ ମହେନ୍ଦ୍ରଙ୍କ ଅଭିଯୋଗ ପାଇ ପରେ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ଥାନାରେ ୧୪/୨୫ରେ ଏକ ମାମଲା ରୁଜୁ କରିବା ସହିତ ରୁବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । Categories: ଅପରାଧ, ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026