Home ଓଡ଼ିଶା ପ୍ରତିଦିନ ଏକ ମୁଠା କାଲିଫର୍ଣ୍ଣିଆ ଆଲ୍ମଣ୍ଡ : ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଆଭିମୁଖ୍ୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ଆଲମଣ୍ଡ ବୋର୍ଡ ଅଫ୍ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍ମଣ୍ଡସ ଏ ଡେ : ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍ଥ ଇନ ଟୁଡେସ୍ ଫାଷ୍ଟ-ପେସ୍ଡ ଲାଇଫ୍ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧିବେଶନରେ ଏମ୍ବିବିଏସ୍ ଓ ନ୍ୟୁଟ୍ରିସ୍ନିଷ୍ଟ ଡଃ ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ତାହାକୁ ହାଇଲାଇଟ୍ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ । ଆଜିର ବ୍ୟସ୍ତବହୁଳ ଦୁନିଆରେ ଏକ ସନ୍ତୁଳିତ, ସୁସ୍ଥ ଜୀବନଶୈଳର ହାସଲ କରିବା ବହୁମାତ୍ରାରେ କଷ୍ଟକର ହୋଇପଡିଛି, ଯାହା ଫଳରେ ମଧୁମେହ, ହୃଦ୍ରୋଗ ଓ ମେଦ ବହୁଳତା ଭଳି ଜୀବନଶୈଳୀ ସମ୍ବନ୍ଧିତ ରୋଗଗୁଡିକ ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ, ଏଭଳି ଜୀବନଶୈଳୀ ସମ୍ବନ୍ଧିତ ରୋଗଗୁଡିକ ଯୋଗୁଁ ପ୍ରତିବର୍ଷ ଭାରତରେ ପ୍ରାୟ ୬୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି ଏବଂ ଏହି ଗୁରୁତର ରୋଗଗୁଡିକ ଯୋଗୁ ଦେଶକୁ ୨୦୩୦ ସୁଦ୍ଧା ୬ ଟ୍ରିଲିୟନ ଡଲାରର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଖରାପ ଖାଦ୍ୟ ଅଭ୍ୟାସଗୁଡିକ ଏଭଳି ସ୍ୱାସ୍ଥ୍ୟ ସଙ୍କଟ ପ୍ରତି ଏକ ପ୍ରମୁଖ ଯୋଗଦାନକାରୀ ଅଟେ । ଏହି ଆଲୋଚନା ସମୟରେ ସିଜନ୍ଡ ନ୍ୟୁଟ୍ରିସନିଷ୍ଟମାନେ ଉତମ ସ୍ୱାସ୍ଥ୍ୟ ପାଇଁ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଏବଂ ଆଲ୍ମଣ୍ଡ ଭଳି ପ୍ରାକୃତିକ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା ଉପରେ ମହତ୍ୱ ଦେଇଥିଲେ । ସେ ହାଇଲାଇଟ କରିଥିଲେ ଯେ, ଡ୍ରାଏ ଫ୍ରୁଟର ରାଜା କୁହାଯାଉଥିବା କାଲିଫର୍ଣ୍ଣିଆ ଆଲମଣ୍ଡଗୁଡିକ ପ୍ରୋଟିନ, ସୁସ୍ଥ ଫ୍ୟାଟ୍, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଡାଏଟାରୀ ଫାଇବର ଓ ଜିଙ୍କ ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ସମୃଦ୍ଧ ଅଟେ, ଯାହା ରକ୍ତ ସର୍କରା ନିୟନ୍ତ୍ରଣ, ଓଜନ ପରିଚାଳନା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ଏଲ୍ଡିଏଲ୍ ଓ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ଭଳି ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ଏହି ଆଲୋଚନା ଆଇସିଏମ୍ଆର୍-ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ (ଆଇସିଏମ୍ଆର୍-ଏନ୍ଆଇଏନ୍) ଦ୍ୱାରା ଭାରତୀୟଙ୍କ ପାଇଁ ସୁପାରିଶ କରାଯାଇଥିବା ଆହାର ନିର୍ଦ୍ଦେଶାବଳୀଗୁଡିକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା, ଯାହା ଏକ ସନ୍ତୁଳିତ ଆହାରରେ ଆଲମଣ୍ଡ ଭଳି ବାଦାମଗୁଡିକୁ କେବଳ ଏକ ସୁସ୍ଥ ସ୍ନାକ ଭାବେ ନୁହେଁ ବରଂ ପ୍ଲାଂଟ ପ୍ରୋଟିନର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ସାମିଲ କରିବା ପାଇଁ ପରାମର୍ଶ ଦେଇଛି । ସେଲିବ୍ରିଟିମାନେ ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ପରିଚାଳନା କରିବା ପ୍ରତି ନିଜର ଆଭିମୁଖ୍ୟକୁ ସେୟାର କରିଥିଲେ, ଯେଉଁଥିରେ ଆଲ୍ମଣ୍ଡ ଭଳି ପୋଷଣରେ ଭରପୁର ଖାଦ୍ୟକୁ ପ୍ରାଥମିକତା ଦେବା, ମିଲ୍ ପ୍ଲାନିଂ, ନିୟମିତ ଯୋଗ , ବ୍ୟାୟାମ ଓ ଧ୍ୟାନ ଆଦି ସାମିଲ ରହିଛି । ଏସମ୍ପର୍କରେ ଏମ୍ବିବିଏସ୍ ଓ ନ୍ୟୁଟ୍ରିସ୍ନିଷ୍ଟ ରୋହିଣୀ ପାଟିଲ କହିଛନ୍ତି, “ଆମର ବ୍ୟସ୍ତ ଜୀବନଶୈଳୀ ଖରାପ ସ୍ୱାସ୍ଥ୍ୟ ପସନ୍ଦର କାରଣ ହୋଇଥାଏ । ଏହି କାରଣରୁ ମୁଁ ସବୁବେଳେ ମୋର ଗ୍ରାହକମାନଙ୍କୁ ପରାମର୍ଶ ଦେଇଥାଏ ଯେ, ଛୋଟ ଛୋଟ ପରିବର୍ତନ ଏକ ବଡ ପାର୍ଥକ୍ୟ ସୃଷ୍ଟି କରିପାରିବ- ଯେପରିକି ପ୍ରୋସେସ୍ଡ ସ୍ନାକଗୁଡିକୁ ଆଲମଣ୍ଡ ଭଳି ପ୍ରାକୃତିକ ବିକଳ୍ପ ପାଇଁ ସ୍ୱାପିଙ୍ଗ କରିବା । ପ୍ରୋଟିନ, ସୁସ୍ଥ ଫ୍ୟାଟ ଓ ଫାଇବର ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ଭରି ରହିଥିବା କାଲିଫର୍ଣ୍ଣିଆ ଆଲମଣ୍ଡ ଆପଣଙ୍କୁ ବାରମ୍ବାର ଭୋକ ନଲାଗିବା, ଏକ ସୁସ୍ଥ ଓଜନ ବଜାୟ ରଖିବା, ହୃଦୟ ସ୍ୱାସ୍ଥ୍ୟରେ ସହଯୋଗ କରିବା, ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା ଓ ଉନ୍ନତ ତ୍ୱଚାରେ ସହଯୋଗ କରିଥାଏ । ଉଭୟ ବ୍ୟକ୍ତିଗତ ଓ ବୃତିଗତ ଜୀବନରେ ଏକାଧିକ ଦାୟିତ୍ୱ ତୁଲାଇବା ସମୟରେ ଏଭଳି ସରଳ, ସ୍ମାର୍ଟ ଖାଦ୍ୟ ପସନ୍ଦ ସାମଗ୍ରିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ବଜାୟ ରଖିବାରେ ଶକ୍ତିଶାଳୀ ସହଯୋଗୀରେ ପରିଣତ ହୋଇଥାଏ । ”ଲୋକପ୍ରିୟ ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀ କହିଛନ୍ତି, “ମନୋରଞ୍ଜନ ଶିଳ୍ପରେ ଥିବାରୁ ମୁଁ ସୁଟିଂ ସହିତ ପ୍ରାୟତଃ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଏ । ମୁଁ ସବୁବେଳେ ପୋଷଣଯୁକ୍ତ, ପ୍ରାକୃତିକ ଓ ସୁବିଧାଜନକ ସ୍ନାକ ବିକଳ୍ପ ସନ୍ଧାନ କରିଥାଏ ଯାହା ମୋର ବ୍ୟସ୍ତ କାର୍ଯ୍ୟସୂଚୀ ସହ ଫିଟ୍ ହୋଇଥାଏ । ଆଲମଣ୍ଡ ପିଲାଦିନରୁ ମୋର ପସନ୍ଦର ସ୍ନାକ ଅଟେ ଯାହା ମୋତେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବା, ଓଜନ ନିୟନ୍ତ୍ରିତ ରଖିବା ଏବଂ ଅସ୍ୱାସ୍ଥ୍ୟକର ସ୍ନାକିଂରୁ ଦୂରେଇ ରହିବାରେ ସାହାଯ୍ୟ କରିଥାଏ । ମୋର ଦୈନିକ ରୁଟିନରେ ଆଲ୍ମଣ୍ଡକୁ ସାମିଲ କରିବା ତ୍ୱଚା ସମେତ ମୋର ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦୃଶ୍ୟମାନ ଭିନ୍ନତା ସୃଷ୍ଟି କରିଛି । ମୁଁ ଆଲମଣ୍ଡକୁ ଏହାର ପ୍ରାକୃତିକ ରୂପରେ ଖାଇବାକୁ ପସନ୍ଦ କରେ ଏବଂ ସବୁବେଳେ ଯାତ୍ରା ସମୟରେ ମୋ ସହ ଆଲମଣ୍ଡର ଏକ ବକ୍ସ ସାଥୀରେ ନେଇଥାଏ ।” ଏହି ଆଲୋଚନା ଉନ୍ନତ ସାମଗ୍ରିକ ସୁସ୍ଥତା ପାଇଁ ଆଲମଣ୍ଡ ଭଳି ପୋଷଣରେ ସମୃଦ୍ଧ ଖାଦ୍ୟଗୁଡିକୁ ଆମର ଦୈନନ୍ଦିନ ରୁଟିନରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲା । ପାନେଲିଷ୍ଟମାନେ ହାଇଲାଇଟ କରିଥିଲେ ଯେ, ପୋଷଣକୁ ଏକ ପ୍ରାଥମିକତା କରି ଆମେ ନିଜର ସ୍ଥିରତା ବୃଦ୍ଧି କରିପାରିବା ଏବଂ ଆଜିର ଦ୍ରୁତ ଜୀବନଶୈଳୀରେ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ ହାସଲ କରିପାରିବା । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଏନଏସି ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମିଡିଆକିଆ ପଞ୍ଚାୟତ ରେ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ by Proprietor Abhimanyu Maharana August 14, 2026 ଆଦିବାସୀ ମହାବିଦ୍ୟାଳୟ ତରଫରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି by Proprietor Abhimanyu Maharana August 14, 2026 ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା by Proprietor Abhimanyu Maharana August 14, 2026