ଶତାଧିକ ଇ ସି ମେମ୍ବର ରାଜ୍ୟ ସରକାରଙ୍କ ରି ଷ୍ଟ୍ରକଚର୍ ବିରୋଧରେ ଦେଲେ ଦାବୀ ପତ୍ର

୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :-  ନୟାଗଡ ଜିଲ୍ଲା, ରଣପୁର ବ୍ଲକ ସମୁଖ କାର୍ଯ୍ୟାଳୟ ଘେରିଲେ ଶତାଧିକ ମିଶନ ଶକ୍ତି ମହିଳା । ଇସି ମେମ୍ବର ମାନଙ୍କୁ ଉଚ୍ଛେଦ ନକରି ସ୍ଥାୟୀ ନିଯୁକ୍ତି ଦାବିରେ ବ୍ଲକ କାର୍ଯ୍ୟାଳୟକୁ ସମୁଖରେ ଘେରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରଣପୁର ବିଡିଓ ମନୋଜ କୁମାର ନାୟକଙ୍କୁ ଏକ ଦାବି ପତ୍ର ଦେଇଥିବା ବେଳେ ମିଶନ ଶକ୍ତି ମହିଳା ମାନେ କହିଛନ୍ତି,

ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରନ୍ତୁ ସରକାର I ପୂର୍ବ ସରକାରରେ ମିଶନ ଶକ୍ତିକୁ ସର୍ବାଧ‌ିକ ଗୁରୁତ୍ଵ ଦେଉଥ‌ିବା ବେଳେ, ବିଜେପି ସରକାର ମିଶନ ଶକ୍ତି ସଂଗଠନକୁ ଭାଙ୍ଗିବାକୁ ଉଦ୍ୟମ କରୁଥ‌ିବା ଅଭିଯୋଗ କରିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀରୁ ଉଦ୍ୟୋଗୀ ହୋଇଥିଲେ ମହିଳା ।

ହେଲେ ବର୍ତ୍ତମାନର ବିଜେପି ସରକାର କେବଳ ଭାଷଣରେ ସୀମିତ। ମିଶନ ଶକ୍ତିକୁ ଭାଙ୍ଗିବାକୁ ଉଦ୍ୟମ କଲେ ପରିଣତି ଭୟାବହ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା ମାନେ। ଯଦି ସରକାର କର୍ମରତ ଇ ସି ମେମ୍ବର ମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରନ୍ତି, ତେବେ ସେମାନେ ରାଜ ରାସ୍ଥାକୁ ଓଲାଇବା ସହ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି ।

Exit mobile version