ବୁଗୁଡ଼ା ଷ୍ଟେସନ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :-  ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଆଜି ବୁଗୁଡ଼ା ନିକଟସ୍ଥ ଝିଣ୍ଟିକାବାରୀଠାରେ ନିର୍ମାଣାଧୀନ ବୁଗୁଡ଼ା ଷ୍ଟେସନ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନା ଏହି ଷ୍ଟେସନ ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭହୋଇଛି । ମାତ୍ର ଏହାର ସମ୍ମୁଖ ଭାଗରେ ସୁଶାନ୍ତ ସୁବୁଦ୍ଧି ଓ ନୀଳାଦ୍ରି ମହାନ୍ତିଙ୍କ ଘର ରହିଥିଲା। ରେଳ ବିଭାଗ ପକ୍ଷରୁ ଏହାର କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ଘରଗୁଡ଼ିକ ଦୀର୍ଘଦିନ ଧରି ରହିଥିଲା| ଯାହାକି ଏବେ ଷ୍ଟେସନ ନିର୍ମାଣ ସମୟରେ ସମସ୍ୟା ଉପୁଜିଥିଲା ।

ଏସବୁ ଘରକୁ ଭାଙ୍ଗିବା ପାଇଁ ୩ ମାସ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଏହାକୁ ଭଙ୍ଗା ଯାଇନଥିଲା। ପୁନର୍ବାର ଗତ ୭ ଦିନ ପୂର୍ବରୁ ନୋଟିସ ଜାରି କରାଯାଇଥିବା ବେଳେ ଆଜି ଏହାକୁ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି । ତହସିଲଦାର ତଥା ମାଜିଷ୍ଟ୍ରେଟ୍ ସ୍ମୃତିରଂଜନ ଶତପଥୀଙ୍କ ସମେତ ପୁଲିସ ପ୍ରଶାସନ ଉପସ୍ଥିତ ରହି ଏହାକୁ ଉଚ୍ଛେଦ କରାଯାଇଛି। ଅନ୍ୟପାର୍ଶ୍ଵରେ ଏହି ଷ୍ଟେସନ ପରେପରେ ବୁଗୁଡ଼ା କଲୋନୀବାସୀଙ୍କ ବିବାଦ ପାଇଁ କାର୍ଯ୍ୟ ଠପ୍ ହୋଇ ପଡ଼ିଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବବୋଲି ଶୁଣିବାକୁ ମିଳୁଛି ।

Exit mobile version