Home ଓଡ଼ିଶା ବୋଲଗଡ଼ ପୋଲିସକୁ ସଫଳତା : ୧୪ ଚୋରା ବାଇକ ଜବତ – ୨ କୋର୍ଟ ଚାଲାଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ଥାନା ପୋଲିସକୁ ଚୋରା ଗାଡି ଧରିବାରେ ମିଳିଛି ବଡ଼ ସଫଳତା। ସ୍ୱଳ୍ପ ଦିନର ପୂର୍ବେ ବୋଲଗଡ଼ ଥାନା ଅଧିନ ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ଗ୍ଲାମର ବାଇକ ଯାହାର ନଂ-0D-02BB 9188 ଚୁଡା ଛକରୁ ଚୋରି ହୋଇଯାଇଥିଲା। ତେବେ ଗାଡି ଚୋରିକୁ ନେଇ ଅଭିଯୋଗକ୍ରମେ ବୋଲଗଡ଼ ଥାନା କେଶନଂ- ୨୧/୨୫ରେ ଏତଲା ଦାୟର କରାଯାଇଥିଲା । ଏହିକ୍ରମରେ ବୋଲଗଡ଼ ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ଚୋରି ବାଇକର ସକ୍ରିୟ ରାକେଟକୁ ଧରିବାକୁ ଅନୁସନ୍ଧାନ ଜାରି ରଖିଥିଲେ । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନିର୍ଦେଶକ୍ରମେ ଏସ.ଆଇ ଲିଲି ପାଢ଼ୀ, ଏଏସ.ଆଇ ପ୍ରସନ୍ନ କୁମାର ଦଳେଇ ଓ ସହଯୋଗୀଙ୍କ ସମେତ ଏକ ପୋଲିସ ଟିମ ମଙ୍ଗଳବାର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ବାଘଟୁଙ୍ଗୁରି ଗ୍ରାମରେ ଚଢ଼ାଉ କରି କଷ୍ଟ ନାୟକର ପୁଅ ସଂଜୀବନ ନାୟକ ଓରଫ ଟେନା(୨୦)କୁ ଧରିବାକୁ ସକ୍ଷମ ହୋଇଥିଲେ।ପରେ ତା’ ଠାରୁ ୭ଗୋଟି ଚୋରା ବାଇକ ଜବତ କରାଯାଇଥିଲା।ସଂଜୀବନ ଓ ଚୋରି ଗାଡିକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖି ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ପୋଲିସ ସତର୍କତାର ସହ ଜାଲ ବିଛାଇ ଥିଲା । ପୁଲିସ ବୁଧବାର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନେଳିଗୁଡା ଡ୍ୟାମ ଛକ କାଶୀନାଥ ନାୟକର ପୁଅ ପବିତ୍ର ନାୟକ (୨୮)କୁ ଧରିବାକୁ ସକ୍ଷମ ହୋଇଥିଲେ।ପବିତ୍ର ଦଶପଲ୍ଲା ନିକଟସ୍ଥ ଜଟିଆ ପାହାଡ଼ରେ ୭ ଗୋଟି ଚୋରି ବାଇକ ଲୁଚାଇ ରଖିଥିବାର ଜଣା ପଡିଥିଲା ଓ ପୋଲିସ ସେହି ଚୋରା ଗାଡି ଗୁଡିକୁ ଜବତ କରି ବୋଲଗଡ଼ ଥାନା ହେପାଯତକୁ ଆଣିଥିଲା।ଏହିପରି ମୋଟ ୧୪ଗୋଟି ଚୋରା ଗାଡିଗୁଡିକୁ ପୋଲିସ ଜବତ କରି ସଂଜୀବନ ଓ ପବିତ୍ର ୨ବାଇକ ଚୋରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।ସୂଚନା ଯୋଗ୍ୟ ୩ମାସ ପୂର୍ବେ ଚୋରି ଗାଡି ରାକେଟକୁ ଦଶପଲ୍ଲା ପୁଲିସ ଧରି କୋର୍ଟ ଚାଲାଣ କରିଥିବା ବେଳେ ପବିତ୍ର ନାୟକ ଫେରାର ହୋଇଯାଇଥିଲା। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026