ଖଙ୍ଗୁରିଆ- ଇଛାପୁରୁ ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ବ୍ଲକ ଖଙ୍ଗୁରୀୟା ଗ୍ରାମ ପଞ୍ଚାୟତର ଖଙ୍ଗୁରିଆ ଆରଡି ରାସ୍ତାଠାରୁ ଇଚ୍ଛାପୁର ଗ୍ରାମ ଭିତର ଦେଇ ଅରଖପଲ୍ଲୀ ଆରଡି ସଡ଼କକୁ ସଂଯୋଗ କରୁଥିବା ରାସ୍ତା ମୃତୁର ଜନ୍ତା ପାଲଟିଛି। ଦୁଇ ବର୍ଷ ପୂର୍ବରୁ ବସୁଧା ଯୋଜନା ପାଣି ପାଇପ ମାଟିତଳେ ଯିବାପାଇଁ କଂକ୍ରିଟ୍ ରାସ୍ତାକୁ ତାଡି ପାଇପ ପକାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଠିକରେ ମାଟି ପୋତା ନ ହୋଥିବାରୁ ରାସ୍ତାଟି ଖାଲ ଢିପରେ ପରିଣତ ହୋଇଯାଇଛି।

ଗ୍ରାମ ଭିତରେ ଡ୍ରେନ୍ରର ସୁବିଧା ନଥିବାରୁ ବର୍ଷା ପାଣି ଏବଂ ୱାଟର ସପ୍ଳାଇର ପାଣି ଲିକେଜ କରି ରାସ୍ତା ଉପର ଦେଇ ଯାଉଅଛି! ଯାହାକି ଗ୍ରାମବାସୀ ଯାତାୟାତ କରୁଥିବା ଅଞ୍ଚଳର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ବିଶେଷ କରି ଯାତାୟାତ କରୁଥିବା ଭାରୀଯାନ,ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ,ବୃଦ୍ଧବୃଦ୍ଧା ବ୍ୟକ୍ତି,

ଗର୍ଭବତୀ ମହିଳାମାନଙ୍କ ପାଇଁ ସେହି ରାସ୍ତାଟି ମରଣଯନ୍ତା ପାଲଟିଛି। ଯାହାକି ଆମ୍ବୁଲାନ୍ସଟିଏ ମଧ୍ୟ ଯାଇପାରୁ ନାହିଁ। ଯାହା ଫଳରେ ଇଛାପୁରର ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁପଡ଼ୁଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସ୍ଥାନୀୟ ବିଭାଗୀୟ ପ୍ରଶାସନ ଅଧିକାରୀ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Exit mobile version