Home ଓଡ଼ିଶା କାଶିପୁର ନଂ-୨ ସେବା ସମବାୟ ସମିତି ପ଼କ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା ଜିଲ୍ଲା :- ବାଲୁଗାଁ ଆରଏମସି ଅଧିନ କାଶିପୁର ନଂ-୨ ସେବା ସମବାୟ ସମିତି ପ଼କ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ହୋଇଯାଇଅଛି। ଗତ ୨୫ ତାରିଖରେ ସମବାୟ ସମିତି ରେ ଧାନମଣ୍ଡି ଚାଲିବା ପୂର୍ବରୁ ସମିତି ର ଗୋଦାମ ଗ୍ରହକୁ ଅନଲୋଡିଂ ପାଇଁ ଆସିଥିବା କିଛି ଜରି ପ୍ୟାକ ଧାନବସ୍ତା କୁ ନେଇ ଜଣେ କାଶିପୁର ଗ୍ରାମର ଦୁଇଜଣ ଯୁବକ ବିରୋଧ କରିଥିଲେ। ସମିତି ର ସଂପାଦକ ତାଙ୍କ ନିଜର ବୋଲି କହିବା ପରେ ଅଭିଯୋଗକାରୀ ଦୁଇଜଣ ଯୁବକ ତୁମ ଧାନ ଯଦି ତୁମେ ଘରେ ରଖ ଅଫିସ ଗୋଦାମ ଘରେ କାହିଁକି ରଖୁଛ କହି ପ୍ରତିବାଦ କରି ଗୋଦାମ ଘରକୁ ତାଲା ପକାଇ ଦେଇଥିଲେ। ଯାହା ଫଳରେ ଚାଷୀଙ୍କ ଧାନ କିଣା ମଧ୍ଯ ବ୍ୟାହତ ହୋଇଥିଲା। ପରମୁହୂର୍ତ୍ତରେ ଟାଙ୍ଗୀ ତହସିଲଦାର ମିତାଲି ପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ସ୍ବାଭାବିକ କରିବା ସଂଗେସଂଗେ। ରଖା ଯାଇଥିବା ଜରି ଅଖା ଧାନ ଇନକ୍ବାରୀ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏ ସଂପର୍କ ରେ ଗଣମାଧ୍ୟମ ରେ ମଧ୍ଯ ଖବର ପ୍ରକାଶ କରାପାଇଥିଲା। ଯାହାକୁ ନେଇ ଆଜି ସମତିର ସଭାପତି ପ୍ରଦୀପ ଷଢଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସଭାପତି ତାଙ୍କ ପ୍ରେସ ବିବ୍ରୁତିରେ କହିଥିଲେ ଘଟଣା ଘଟିବା ଦିନ ସେ ଅନୁପସ୍ଥିତ ଥିଲେ ମଧ୍ଯ ଏହି ପରିସ୍ଥିତି ସଂପର୍କ ରେ ସମିତିରେ ଲଗାଯାଇଥିବା କ୍ୟାମେରା ସହ ସଲଗ୍ନ ଥିବା ତାଙ୍କ ମୋବାଇଲ ରୁ ଜାଣି ସଂପାଦକ ଙ୍କୁ ଜରି ଧାନବସ୍ତା ରଖିବା ସଂପର୍କ ରେ ବାରଣ କରିଥିଲେ। ମାତ୍ର ଦୁଇ ଅଭିଯୋଗକାରୀ ଗୋଦାମ ଘରେ ତାଲା ପକେଇ ଦେଇଥିବାରୁ ଜରି ଧାନବସ୍ତା ଗୋଦାମ ଘରୁ ସ୍ତାନାନ୍ତର କରିବା ସମ୍ଭବ ହୋଇପାରିନଥିଲା।୨୬ ତାରିଖରେ ଏପରି ଅବସ୍ଥା ରେ ସୁଧାର ଆଣି ଜେନେରାଲ ବଡି ବୈଠକ ହ ୭୦ ଜଣ ଚାଷୀଙ୍କ ନିଷ୍ପତ୍ତି କ୍ରମେ ଗୋଦାମ ଘର ତାଲା ଭଙ୍ଗା ଯାଇଥିବା ବେଳେ ଦୁଇ ଅଭିଯୋଗକାରୀ ବୈଠକ କୁ ଆସି ପର ମୁହୁର୍ତ୍ତଟରେ ପାଳେଇଯାଇ ଆଲୋଚନା ବେଳେ ଡକାଇଥିଲେ ମଧ୍ଯ ନଆସି ଅନୁପସ୍ଥିତ ଥିଲେ।ବିଭାଗରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ସଂପାଦକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରି ବିଭାଗକୁ ପଠାଇବି ବୋଲି କହିଥିଲେ। ଜରି ଧାନବସ୍ତା ବିଭାଗୀୟ ତଦନ୍ତ ପାଇଁ ଏ ସଂପର୍କେ ତହସିଲଦାର ଓ ଜେନେରାଲ ବଡି ଆଗରେ ତାଙ୍କ ଭୁଲ ସ୍ବିକାର କରିଥିବା ଓ ଭବିଷ୍ୟତରେ ଏପରି କାର୍ଯ୍ୟ ପୁନର୍ବାର ହେଲେ ଦ୍ରୁଢ କାର୍ଯନୁଷ୍ଠାନ ନିଆଯିବ ବୋଲି କହିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026