
୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କୋରାଇ :- ନିଜ ନିଜର ନିର୍ଦ୍ଧିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଲକ୍ଷ ସ୍ଥଳେ ପହଂଚି ପାରିବ । ସେଥିପାଇଁ ସମୟାନୁ ବର୍ତିତା ଓ କର୍ତ୍ତବ୍ୟ ପରାୟଣତା ହେବା ଉଚିତ ବୋଲି ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୭ତମ ବର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ଏହି ସଭାରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଏହି ମଣିଷ ତିଆରି କାରଖାନା ସ୍ବରୂପ ମହାବିଦ୍ୟାଳୟର ଉତ୍ତମ ପରିବେଶ ପ୍ରତି ବର୍ଷ ସୁନାଗରିକ ସୃଷ୍ଟିକରିବାରେ ସହାୟକ ହେଉଛି ।

