Home ଓଡ଼ିଶା ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ । by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ବସ୍ତିଗୁଡା ପଞ୍ଚାୟତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଆର, ଉଦୟଗିରି ବ୍ଳକ ବସ୍ତିଗୁଡା ପଞ୍ଚାୟତ ସରପଞ୍ଚ ଓ ସ୍ବାମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସରପଞ୍ଚ ରିତନୀ ମଣ୍ଡଳ ଓ ସ୍ବାମୀ ଉଭୟ ମଣ୍ଡଳଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତରୁ ପଠାଇ ଦିଆଯାଇଛି । ଏଥିସହ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଆର,ଉଦୟଗିରି ଥାନା ସବ୍ ଇନପେକ୍ଟର ସୁନିଲ ସେଠୀ କହିଛନ୍ତି । ସୁରେଇଖମା ଗ୍ରାମର ଆୟୁବ ରଇତଙ୍କ ସ୍ତ୍ରୀ ଜୟନ୍ତୀ ରଇତ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ଅନୁଦାନ ଅର୍ଥ ଆସିଥିଲା ଦୁଇଟି କିସ୍ତିରେ ୧ ଲକ୍ଷ ୫ହଜାର ଟଙ୍କା ଭୂଲରେ ତୁମ ଆକାଉଣ୍ଟକୁ ଆସିଥିବା ସରପଞ୍ଚ ରିତନୀ ଓ ତାଙ୍କ ସ୍ବାମୀ ଉଭୟ କହିବା ସହ ଟଙ୍କା ଫେରସ୍ତ କରିବାକୁ ଜୋର କରିଥିଲେ । ଜୟନ୍ତୀ ପରବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀଙ୍କୁ ଫୋନ କରି କହିଥିଲେ ଯେ ଆମ ଟଙ୍କା ତମ ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଯାଇଛି । ତମେ ଶୀଘ୍ର ଆସିକି ଉଠେଇକି ଦିଅ । ସ୍ବାମୀ ଓ ସ୍ତ୍ରୀ ଆସି ୨୦୨୩ ଅକ୍ଟୋବର ୩ରେ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠେଇଥିଲେ । ସେତେବେଳେ ସରପଞ୍ଚ ଓ ତାଙ୍କ ସ୍ବାମୀ ବ୍ୟାଙ୍କ୍ ଆଗରେ ତାଙ୍କ ଠାରୁ ୪୦ ହଜାର ଟଙ୍କା ନେଇଯାଇଥିଲେ ବୋଲି ଜୟନ୍ତୀ ଅଭିଯୋଗ କରିଛନ୍ତି । ଏହାପରେ ପୁଣି ୬୫ ହଜାର ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଥିଲା । ତାହା ମଧ୍ୟ ଉଠାଇକି ଦେବା ପାଇଁ ସରପଞ୍ଚ ବାଧ୍ୟ କରିଥିଲେ । ୨୦୨୪ ସେପ୍ଟେମ୍ବର ୨୦ରେ ୬୫ ହଜାର ଟଙ୍କା ଉଠେଇ ସରପଞ୍ଚ ନେଇଯାଇଛନ୍ତି । ଏଭଳି ଦୁଇ ଥରରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନଇଥିବା ଜୟନ୍ତୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଜୟନ୍ତୀ ଜାଣିବାକୁ ପାଇଥିଲେ ଯେ ୨୦୨୧ – ୨୨ ଆଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ୨୦୨୩ ଜୁନ ୧୯ରେ ପ୍ରଧାନମନ୍ତୀ ଆବାସ ପାଇଁ କାର୍ଯ୍ୟଦେଶ ମିଳିଥିଲା । ପ୍ରଥମ କିସ୍ତିରେ ୪୦ ହଜାର ଓ ଦ୍ବିତୀୟ କିସ୍ତିରେ ୬୫ ହଜାର ଟଙ୍କା ଆସିଥିଲା । କିନ୍ତୁ ସରପଞ୍ଚ ତାଙ୍କୁ ଏବିଷୟ ନକହି ଟଙ୍କା ନେଇଯାଇଥିବା ଜୟନ୍ତୀ ଥାନା ଅଭିଯୋଗ କରିଥିଲେ । ଏଥସହ ତୁରନ୍ତ ଆବାସ ଯୋଜନା ପାଇଁ ଆସିଥିବା ଟଙ୍କା ତାଙ୍କୁ ଫେରସ୍ତ କରିବାକୁ ଦାବୀ କରିଛନ୍ତି । ଗତ ନଭେମ୍ବର ୨୮ ତାରିଖରେ ଜୟନ୍ତୀ ଆର,ଉଦୟଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସ୍ଥାନୀୟ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ପୁଲିସ ସରପଞ୍ଚ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନଦେବା ପରେ ଜୟନ୍ତୀ ପୁଣି ଗତ ଡିସେମ୍ବର ୨୩ ତାରିଖରେ ଶବରପଲ୍ଲୀ ଯୁଗ୍ମ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଥିଲେ । ଆଜି ପୁଲିସ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠୀ ବାବୁ କହିଛନ୍ତି । କାହିଁକି ଦଣ୍ଡପାଇବେନି ଜିଓ ଟେଗ କରିଥିବା ଓ ସ୍ପୋର୍ଟ ଭେରିଫିକେସନ କରିଥିବା ସରକାରୀ କର୍ମଚାରୀ l ମୋଟା ଅଙ୍କର ଦରମା ପାଇ କଣ କରୁଛନ୍ତି ଆର. ଉଦୟଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ l ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ସହଯୋଗ କରିବାପାଇଁ ନିଯୁକ୍ତ ଥିବା ଅଧିକାରୀ କାର୍ଯ୍ୟଶୈଳି ମଧ୍ୟ ସନ୍ଦେହ ଘେରରେ ତେଣୁ ସେମାନେମଧ୍ୟ ଦଣ୍ଡ ପାଇବା ଯୋଗ୍ୟ ବଲି ସାଧାରଣ ରେ ଦାବି ହେଉଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026