୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସ୍ମାର୍ଟ ମିଟର ବିରୁଦ୍ଧରେ ପୁରୀ ଓକିଲ ସଙ୍ଘ ପକ୍ଷରୁ ଗୁରୁବାରଦିନ ଆଇନଜୀବୀମାନେ ଶୋଭାଯାତ୍ରା ରେ ଯାଇ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଶୋଭାଯାତ୍ରା ସଙ୍ଘ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ଟାଟା ର ଉପଭୋକ୍ତା ବିରୋଧି ନୀତି ତଥା ସ୍ମାର୍ଟ ମିଟର ପ୍ରଚଳନ କୁ ସଙ୍ଘ ବିରୋଧ କରିଛି l ଚାଲୁଥିବା ମିଟରକୁ ଖରାପ୍ ଦର୍ଶାଇ ମିଥ୍ୟାରେ ମିଟର ଟ୍ୟାମ୍ଫରିଙ୍ଗର ଆଖ୍ୟା ଦିଆଯାଉଛି |ବିଦ୍ୟୁତ କମ୍ପାନୀ ର କର୍ମଚାରୀ ଜୋର ଜବରଦସ୍ତି ଘରେ ପଶିଯିବା ଅଭିଯୋଗ କରିଛନ୍ତି l
ଉପଭୋକ୍ତାଙ୍କ ବିନା ଦସ୍ତଖତରେ ଦୁବ୍ୟବହାର ଓ ଲକ୍ଷ୍ ଲକ୍ଷ୍ ଟଙ୍କା ଜୋରିମାନ ଧାର୍ଯ୍ୟ କରୁଛନ୍ତି l ବିଦ୍ୟୁତ୍ ବିଛିନ୍ନ କରିଦେଉଛନ୍ତି । ଆଭରେଜ୍ ବିଲ୍ କରିଦେଉଛନ୍ତି । ପୁରୀରେ ମିଟର ବଦଳାଇବା ବାହାନାରେ କେତେକ ଉପଭୋକ୍ତାଙ୍କ ଘରେ ସ୍ମାଟ ମିଟର ଲଗାଇଛନ୍ତି l ପୁରୀ ସହରରେ ପ୍ରି ପେଡ୍ ସ୍ମାଟ ମିଟର ବସାଇବା ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରୁଛନ୍ତି l ଯାହାକି ଆଇନ ବିରୋଧି । ସ୍ମାଟ ମିଟର ପ୍ରଚଳନ ଉପଭୋକ୍ତା ବିରୋଧି । ଟାଟାପାଓ୍ବାର ସ୍ମାଟ ମିଟର ଜରିଆରେ ରିମୋର୍ଟକୁ ନିଜ ହାତରେ ରଖିବା ପାଇଁ ଚେଷ୍ଟା କରୁଛି l ଶହ ଶହ କର୍ମଚାରୀ ଛଟେଇ ହେବେ l
