୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତଶ୍ରୀକ୍ଷେତ୍ର ଏରବଙ୍ଗରେ ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଭକ୍ତ କବି ବଳରାମ ଦାସ ଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମଜୀଉ ମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡ଼େମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ପାଳିତ ହେଉଥିବା ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ ସଭାପତିତ୍ୱ କରିଥିଲେ । ଭକ୍ତ କବି କବି ବଳରାମ ଦାସ ସ୍ମୃତି ସଂସଦ କମିଟି ର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି , ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।
ମୁଖ୍ୟଅତିଥ୍ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡକ୍ଟର ଅସିତ୍ ମହାନ୍ତି ସମ୍ମାନୀୟ ଅତିଥିଭାବେ ଡାକ୍ତର ଅଂଶୁମାନ କର ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ l ଅଧ୍ୟାପକ ଡକ୍ଟର ରମାକାନ୍ତ ନାୟକ ସାହିତ୍ୟିକ l ଗୋପ ଅଞ୍ଚଳ ର ବିଶିଷ୍ଟ ସାହିତିକ ତଥା ଶିକ୍ଷାବିତ୍ ପୁନେଶ କୁମାର ସେନାପତି,ମଞ୍ଚ ପରିଚାଳନା କରିଥିଲେ ଗୋପ କଲେଜ ର ପୂର୍ବତନ ଅଧକ୍ଷ ତଥା ବାନରସେନା ପତ୍ରିକା ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ l ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନ ସମ୍ପାଦକ ନରେଶ ପ୍ରଧାନ l
ନୃତ୍ୟ ଓ ସଂଗୀତ ପରିବେଷଣ ଦାୟିତ୍ୱ ରେ ଥିଲେ ଭାଗିରଥି ନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗବେଷକ ଗୋନାଥ ମୁଦୁଲି l କାର୍ଯ୍ୟକ୍ରମ ରେ ନିକଟସ୍ଥ ସ୍କୁଲ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ସାହିତ କରାଯାଇଥିଲା l ଉକ୍ତ ଉତ୍ସବ ରେ ଡ଼କ୍ଟର ରମାକାନ୍ତ ନାୟକ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା ” କହଇ ବଳରାମ ଦାସ ” l ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପଞ୍ଚସଖା ମଧ୍ଯରୁ ବୟୋଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରାମ ଦାସ ତାଙ୍କର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ ହୋଇଥିଲା l ସମସ୍ତ ଓଡ଼ିଆ ତଥା ଜନସମାଜକୁ ଦିଗ୍ ଦର୍ଶନ ଦେଇଯାଇଛନ୍ତି ।
