ନୂଆଗାଁ ବ୍ଲକ୍ ରେ ଷ୍ଟ୍ରବେରୀ ଚାଷ ଚାଷୀ ମାନେ ହେବେ ସ୍ବାବଲମ୍ବୀ

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ପଞ୍ଚାୟତ ଗୋଳ ଗୋଳା ଗ୍ରାମରେ ଷ୍ଟ୍ରବେରୀ ଚାଷ କରାଯାଇଛି ଯାହାକି ନୟାଗଡ ଜିଲ୍ଲା ପାଇଁ ଗର୍ବ ଓ ଗୌରବ । ସୂଚନା ଅନୁଯାୟୀ ତାରେଶ୍ୱର ପାଣି ଏବଂ ତାଙ୍କ ଭାଇ ନିଜ ଗ୍ରାମରେ ୨୫ ଡିସିମିଲି ଜାଗାରେ ଷ୍ଟ୍ରବେରୀ ଚାଷ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ଚାଷ ବାଲିଆ ମାଟି ଓ ଥଣ୍ଡା ସ୍ଥାନରେ ଭଲ ହୋଇଥାଏ ।

ତାରେଶ୍ୱର୍ ପାଣି ଫୁଲବାଣୀ ଜିଲ୍ଲାରେ ଉଦ୍ୟାନ ବିଭାଗରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସମୟରେ ଷ୍ଟ୍ରବେରୀ ଚାଷ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଅବସର ନେବାପରେ ଏହି ଚାଷ ଗ୍ରାମରେ ଆରମ୍ଭ କରିଛନ୍ତି ତାରେଶ୍ଵର ପାଣି । ଷ୍ଟ୍ରବେରୀ ମୁଖ୍ୟତଃ ଡାଇବେଟିସ ରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ।ଆଗାମୀ ଦିନରେ ଏହି ଚାଷ ଜିଲ୍ଲାରେ ଅଧିକ ହେଲେ ଚାଷୀ ମାନେ ସ୍ବାବଲମ୍ବୀ ହେବା ସହ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ।

Exit mobile version