ଓଡିଶା ସୋସାଇଟି ଅଫ ୟୁ. କେ ର ୪୧ ତମ ବାର୍ଷିକ ୱେବ ଅଧିବେଶନ ଅନୁଷ୍ଠିତ ।

ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ଭୁବନେଶ୍ୱର :- ଲଣ୍ଡନ, ଗ୍ରେଟ ବ୍ରିଟେନ ସହିତ ଭାରତ ବର୍ଷର ଦୀର୍ଘ ଚାରିଶହ ବର୍ଷର ସାମାଜିକ ,ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରହି ଆସିଥିବା ଓଡିଶା ବିଧାନ ସଭାର ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର ମତ ପ୍ରକାଶ କରିଛନ୍ତି । ଓଡିଶା ସୋସାଇଟି ଅଫ ୟୁ .କେ ର ୪୧ ତମ ବାର୍ଷିକ ୱେବ ଅଧିବେଶନ କୁ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି ଡ଼. ପାତ୍ର ଇଂଲଣ୍ଡ ରେ ବସ ବାସ କରୁଥିବା ୩ ହଜାର ଓଡ଼ିଆ ଅଧିବାସୀଙ୍କୁ କୋଭିଡ ମହାମାରୀ ପରିସ୍ଥିତିରେ ଏଭଳି ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ବାଚସ୍ପତି ପୌରାଣିକ ପରମ୍ପରାକୁ ପୁନରୁଦ୍ଧାର କରି ସାରା ବିଶ୍ୱରେ ଅନ ଲାଇନ ଯୋଗେ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉଦିଷ୍ଟ “ଗୁରୁକୁଳ” ପ୍ରଶିକ୍ଷଣ ର ୱେବ ସାଇଟ କୁ ଲୋକାର୍ପଣ କରିଥିଲେ ଓ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଭରଚୁଆଲ ସମ୍ମିଳନୀରେ ଓ.ଏସ.ୟୁ .କେ ର ସଭାପତି ସୁମନ୍ତ ମାନସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଓ.ଏସ.ୟୁ .କେ ର ଦୁଇ ସାଂସ୍କୃତିକ ସମ୍ପାଦକ ଭାଗ୍ୟଶ୍ରୀ ସିଂହ ଓ ସଂଯୁକ୍ତା ବ୍ରହ୍ମା ମଂଚ ସଂଯୋଜନା କରିଥିଲେ ।

ସମାବେଶକୁ ସମ୍ବୋଧନ କରି ରାଜ୍ୟସଭା ସାଂସଦ ଅମର ପଟନାୟକ ପୁଞ୍ଜି ନିବେଶ ପାଇଁ ଏବେ ଓଡ଼ିଶାରେ ଭରପୁର ସୁଯୋଗ ରହିଛି ଏବଂ ବିଦେଶୀ ନିବେଶକାରୀ ଙ୍କ ପାଇଁ ଏହା ଏକ ନମ୍ବର ଲକ୍ଷ୍ୟସ୍ଥଳରେ ପରିଣତ ହୋଇଥିବା ଦର୍ଶାଇଥିଲେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଇ – ଗୁରୁକୁଳ ଶିକ୍ଷା ପ୍ରଣାଳୀର ଭୁରି ଭୁରି ପ୍ରସଂଶା କରି ମହାମାରୀ ସମୟରେ ଏହା ଆମପାଇଁ ପ୍ରଛନ ରେ ବରଦାନ ସ୍ଥାପିତ ହେବ ବୋଲି ଦମ୍ଭ ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ଡ଼. ପ୍ରସନ୍ନ ପାଟଶାଣୀ , ଓଡ଼ିଶାର ମହାନ କଳା , ସଂସ୍କୃତି , ଐତିହ ଓ ପରମ୍ପରା ର ୟୁ .କେ . ଓଡ଼ିଆ ମାନେ ବାର୍ତ୍ତାବହ ବୋଲି କହିଥିଲେ । ରାଜ୍ୟସଭା ସାଂସଦ ସୁଜିତ କୁମାର , ଓଡିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନରେ ଓ.ଏସ.ୟୁ .କେ ଖୁବ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।

ଏହି ଅନଲାଇନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେରଳର ପୋଲିସ ଡି .ଜି ଲୋକନାଥ ବେହେରା , ଓଡିଶା ବାସୀଙ୍କର ବିଶ୍ୱଭରି ଲୋକପ୍ରିୟତା ଓ ଉପାଦେୟତା ଥିବା ଦର୍ଶାଇଥିଲେ । ସମ୍ମିଳନୀକୁ ସମ୍ବୋଧନ କରି ଚିତ୍ର ତାରକା କୁନା ତ୍ରିପାଠୀ ଓ.ଏସ.ୟୁ.କେ ର ସଦସ୍ୟ ଗଣ ଆମ ପାଇଁ ରୋଲ ମଡେଲ ଓ ଓଡିଶା ପାଇଁ ଗର୍ବ ଓ ଗୌରବ ର ବାହକ ବୋଲି ସୁଚାଇଥିଲେ । ସଭାରେ ଉଦବୋଧନ ଦେଇ କିନ୍ନର ସମାଜର ନେତ୍ରୀ ମୀରା ପରିଡା , ବର୍ତମାନର କଷ୍ଟକର କରୋନା କାଳରେ ୟୁ .କେ ର ଓଡ଼ିଆ ଅଧିବାସୀ ମାନେ ସେମାନଙ୍କର ମାତୃପ୍ରଦେଶ ଓଡିଶା ପ୍ରତି ଯେଉଁ ସାହାଯ୍ୟ ଓ ସଦିଚ୍ଛାର ହାତ ବଢ଼ାଇଛନ୍ତି , ତାହା ସଦା ପ୍ରସଂଶନୀୟ ବୋଲି ପ୍ରକାଶ କରିଥିଲେ ।

ସମାରୋହରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ପାଣିପାଗ ବିଭାଗର ଡି .ଜି ମୃତୁଞ୍ଜୟ ମହାପାତ୍ର ୟୁ କେ .ରେ ଓଡ଼ିଶାର କଳା ,ସଂସ୍କୃତି , ସାହିତ୍ୟର ପ୍ରଚାର ଓ ପ୍ରସାର କରିବାରେ ଓ.ଏସ. ୟୁ. କେ. ବେଶ ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ଆସିଥିବା ଉଲେଖ କରିଥିଲେ । ବାହାରିନ ଓଡ଼ିଆ ସମାଜର ସଭାପତି ଡ଼. ଅରୁଣ କୁମାର ପ୍ରହରାଜ . ସମଗ୍ର ପୃଥିବୀରେ ବସ ବାସ କରୁଥିବା ଓଡ଼ିଆ ମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ କରାଯିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଏନ .ଆର .ଆଇ ସେଲ ସ୍ଥାପନ କରାଯିବାର ପ୍ରସ୍ତାବ ଦେଇଥିଲେ । ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଓଡିଶା ବାହାରେ ବିଶ୍ୱଭରି ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସେମାନଙ୍କୁ ବ୍ରତୀ କରିବାରେ ଓ.ଏସ. ୟୁ. କେ. ର ପ୍ରୟାସ ଉଲେଖ୍ୟ ଯୋଗ୍ୟ ବୋଲି କହିଥିଲେ ।

ୱେବ ଉତ୍ସବରେ ଉଦବୋଧନ ଦେଇ ପ୍ରସିଦ୍ଧ ଆଧ୍ୟତ୍ମିକ ଗୁରୁ ଚନ୍ଦ୍ରଭାନୁ ଶତପଥୀ ସାରା ପୃଥିବୀରେ ଓଡିଶା ଏବଂ ଓଡ଼ିଆ ମାନଙ୍କର ଜୟଯାତ୍ରା ର ସ୍ତୁତିଗାନ କରିଥିଲେ । ମାଞ୍ଚେଷ୍ଟର ସ୍ଥିତ ଭାରତୀୟ ସଂଘର ସଭାପତି ଡ଼. ଗଜାନନ କଣ୍ଟାପା ଓ.ଏସ. ୟୁ. କେ. ର ବିଭିନ୍ନ ଜନହିତ କର କାର୍ଯ୍ୟକ୍ରମ କୁ ଭୂୟସି ପ୍ରସଂଶା କରିଥିଲେ । ସମ୍ମିଳନୀ ଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା , ପ୍ରଖ୍ୟାତ ଲୋକକବି ହଳଧର ନାଗ ,ସାଂସଦ ଶସ୍ମିତ ପାତ୍ର , ଆମ୍ବେଦକର ଫାଉଣ୍ଡେସନ ର ନିର୍ଦେଶକ ଦେବେନ୍ଦ୍ର ମାଝୀ ,କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ , ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ,ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର କୈଳାଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ମୃତି ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ । ଦେବାଶିଷ ପଟନାୟକ , ସୁରେନ୍ଦ୍ର ଆଚାର୍ଯ୍ୟ , କୃଷ୍ଣାଦିଲୀପ ଓ ସୁଶ୍ରୀ ଶର୍ମିଷ୍ଠା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କଟକ ର ଦୋଳମୁଣ୍ଡାଇଠାରେ ଓ.ଏସ. ୟୁ. କେ ପକ୍ଷରୁ ବ୍ୟାପକ “ସାନିଟାଇଜେସନ ଡ୍ରାଇଭ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Exit mobile version