ନାଟେରୀ ପ୍ରାଥମିକ ବିଦ୍ୟାଳୟରେ ନପୂଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଂଚାୟତସ୍ଥ ନାଟେରୀ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବୈଦ୍ୟେଶ୍ୱର ସରପଂଚ ସୁରଞ୍ଜନ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଦିଲ୍ଲୀପ କୁମାର ପରିଡା ଯୋଗଦାନ କରି ଭଲ ମଣିଷ ହୋଇ ଛାତ୍ରଛାତ୍ରୀମାନେ ଦେଶର ସୁନାମ ରକ୍ଷା କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ସାହୁ , ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ପ୍ରସନ୍ନ କୁମାର ରାଉତରାୟ, ସାଧନାକେନ୍ଦ୍ରର ସଂଯୋଜକ ଭରତ ଚନ୍ଦ୍ର ସାହୁ, ଶିକ୍ଷାକମିଟି ସଭାପତି ରଶ୍ମିତା ପରିଡା ଓ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଦଳେଇ ପ୍ରମୁଖ ଯୋଗଦାନ କରିଥିଲେ । ଯୋଗଦେଇଥିବା ସମସ୍ତ ପ୍ରତିଭାବନ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ସଂନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version