ତୁଳସୀପୁରରେ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଦିବସ ପାଳିତ

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଆର୍ଯ୍ୟ ସମାଜ ପରିସରରେ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ତୃତୀୟ ବାର୍ଷିକ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଦିବସରେ କଟକ ଜିଲ୍ଲା ଆର୍ଯ୍ୟ ସମାଜର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରି ସ୍ୱର୍ଗତ ସ୍ୱାମୀ ପ୍ରଣବାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ଆର୍ଯ୍ୟ ସମାଜର ସଭାପତି ଚନ୍ଦ୍ରମଣି ମହାପାତ୍ର ଯୋଗଦାନ କରି ସ୍ୱାମୀ ପ୍ରଣବାନନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହିତ ତାଙ୍କ ସହିତ ଥିବା ନିବିଡତା ଉପରେ କହିଥିଲେ ।

ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ଅଶୋକ କୁମାର ପଣ୍ଡା ଯୋଗଦାନ କରି ବେଦ ଓ ବେଦାନ୍ତ ଉପରେ ସ୍ୱମୀଜୀଙ୍କ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଭୀମସେନ ନାୟକ ଓ ରବିନ୍ଦ୍ର ନାଥ ଦାନ ଯୋଗଦାନ କରି ବେଦର ପ୍ରସାର ଓ ପ୍ରଚାର ପାଇଁ ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ, ଧନେଶ୍ୱର ମହାପାତ୍ର, ସୁଦର୍ଶନ ସାହୁ, ବାନାମ୍ବର ସାହୁୁ, ରବିନ୍ଦ୍ର ରାଉତ, ନିତ୍ୟାନନ୍ଦ ମହାପାତ୍ର, ଦିବ୍ୟଲୋଚନ ସାହୁ ଓ ଗଙ୍ଗାଧର ବେହେରା ପ୍ରମୁଖ ଯୋଗଦାନ କରି ସାମାଜିକ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version