୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ଓ ପଞ୍ଜାବର ଗୁରଗାଁଓ ଗୋ ରକ୍ଷକ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବିଞ୍ଚଣା ଗ୍ରାମ ସ୍ଥିତ ସଦଗୁରୁ ବାବା ଶ୍ରୀ ହରିଶଙ୍କର ସ୍ୱାମୀଜୀ ଙ୍କ ତତ୍ଵାବଧାନରେ ସ୍ଥାନୀୟ ସୁନାପାଙ୍ଗା ସ୍ଥିତ ସନ୍ତୋଷୀ ମା’ ମନ୍ଦିର ପରିସର ମଧ୍ୟରେ ସାହିର ପ୍ରାୟ ୫୦୦ ରୁ ଉର୍ଦ୍ଧ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ, ଟୋପି, ସ୍ଵେଟର, ମୋଜା, ଜ୍ୟାକେଟ ଭଳି ବିଭିନ୍ନ ପ୍ରକାର ଶୀତ ବସ୍ତ୍ର ବଣ୍ଟନ କରିଥିଲେ l

