୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀଙ୍କ ସଂଗଠନ କୁ ସୁଦୃଢ କରିବା ନିମନ୍ତେ ଜଣେ ଦକ୍ଷ ନେତାର ଆବଶ୍ୟକ ଥାଏ । ସେହି ସ୍ଥାନ କୁ ସଭାପତି ଭାବେ ଦାଇତ୍ୱ ନେଇ ବଜାୟ ରଖିଥିଲେ ସ୍ବର୍ଗତ ଗୋବର୍ଦ୍ଧନ ନାୟକ । ଗତ 18/01/25 ତାରିଖରେ ସେ ନିଜ ବାସଭବନ ତିଳିଗାଆଁ ଠାରେ ଇହଧାମ ତ୍ୟାଗ କରିଥିଲେ । ଯାହାର ଫଳରେ ସାରା ବଡ଼ ଖେମୂଣ୍ଡି ଅଞ୍ଚଳର ଶବର ସମାଜରେ ସୋକର ଛାୟା ଖେଳିଯାଇଥିଲା ।

