Home ଓଡ଼ିଶା ସ୍ୱର୍ଗତ ନବ ଦାସ ଥିଲେ କ୍ରାନ୍ତିକାରୀ, ଚିନ୍ତାନାୟକ ଓ ଦରଦୀ ରାଜନେତା ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ସାତଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ନବ ଦାସ ସ୍ମାରକୀ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା ବୁଧବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଫାଉଣ୍ଡେସନର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡ଼ିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଭାବେ କଟକ ମେୟର ସୁବାସ ସିଂ, ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମରଣିକା ପୁସ୍ତକ ‘ସ୍ମୃତିରେ ନବ’ ଲୋକାର୍ପିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଶ୍ରଦ୍ଧାଞ୍ଜଳି ଜଣାଇ ମତବ୍ୟକ୍ତ କରିଥିଲେ ଯେ, ନବବାବୁ ଉତ୍ତର ପିଢିକୁ ପ୍ରେରଣା ଦେବା ସହିତ ଅସହାୟ ବ୍ୟକ୍ତିଙ୍କ ସ୍ୱର ପାଲଟିଥିଲେ । ସେହିପରି ଶ୍ରୀ ମିଶ୍ର କହିଲେ ଯେ, ସମାଜସେବା, ସ୍ୱାସ୍ଥ୍ୟ ସହିତ ସାଧାରଣ ଜନତାଙ୍କ ସହିତ ମିଶିବାର କଳାରେ ସେ ବଶ୍ ସିଦ୍ଧହସ୍ତ ଥିଲେ । ଶ୍ରୀ କାନୁନଗୋ କହିଲେ ଯେ, ସାଧାରଣ ମଣିଷଙ୍କ ପ୍ରତି ସେବା, ସମର୍ପଣଭାବ ସହିତ ମାନବୀୟ ମୂଲ୍ୟବୋଧ, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମଗ୍ର ଓଡ଼ିଶା ତଥା ଝାରସୁଗୁଡ଼ାର ଉନ୍ନତି ପାଇଁ ସର୍ବଦା ସେ ଚେଷ୍ଟିତ ଥିଲେ । ସ୍ମୃତିଚାରଣ ପୂର୍ବକ ଡଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରି କହିଲେ ଯେ, ସ୍ୱର୍ଗତ ନବ ଦାସ ଜଣେ ଦରଦୀ ବନ୍ଧୁ ସହ ଧାର୍ମିକ ବ୍ୟକ୍ତି ଥିଲେ, ଏହା ଖୁବ୍ କମ୍ ଲୋକ ଜାଣନ୍ତି । ସ୍ୱର୍ଗତ ଦାସଙ୍କ ମୃତ୍ୟୁ ଏକ ରହସ୍ୟଜନକ ଘଟଣା, ଏହାର ସିବିଆ ତଦନ୍ତ ଦ୍ୱାରା ପ୍ରତୃକ ତଥ୍ୟ ଉନ୍ମୋଚିତ ହେବ ବୋଲି ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ସନ୍ତୋଷ ସିଂ ସାଲୁଜା କହିଥିଲେ । ପ୍ରକୃତରେ କହିବାକୁ ଗଲେ ନବବାବୁ ଥିଲେ କ୍ରାନ୍ତିକାରୀ ଜନନାୟକ ଓ ସାଧାରଣ ଜନତାର ନେତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ବିଧାୟକ ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସାମ୍ବାଦିକତା ପାଇଁ ସତ୍ୟ ସୁନ୍ଦର ଭଞ୍ଜ, ସୂଚନା ଅଧିକାର ପାଇଁ ପ୍ରଦୀପ ପ୍ରଧାନ, ସ୍ତମ୍ଭକାର ଶିବଶଙ୍କର ନନ୍ଦ, ପରିବେଶ ପାଇଁ ଅଶୋକ କୁମାର ସାହୁ, ସମାଜସେବା ପାଇଁ ଜୟନ୍ତ ଦୀକ୍ଷିତ ପ୍ରମୁଖ ସାତଜଣ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱଙ୍କୁ ଅତିଥିମାନେ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବାଗ୍ମୀ ପ୍ରଦ୍ୟୁମ୍ନ ଶଥପଥୀଙ୍କ ପାଇଁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ସମ୍ମାନ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆଚାର୍ଯ୍ୟ ଧର୍ମରାଜ ବେଦପାଠ କରିଥିଲେ ଓ ଶେଷରେ ଶ୍ରୀ ବିଷ୍ଣୁପ୍ରସାଦ କେଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ବରୁଣ ରାଜ, ନାରାୟଣ ଓଝା, ମହମ୍ମଦ ସାହାଦୁଲ୍ଲା, ଛବି ମହାନ୍ତି ଓ ରଞ୍ଜନ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଉମାବଲ୍ଲଭ ମହାପାତ୍ର, ଶ୍ରମିକ ନେତା ନବ ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ ଫୋରମର ସମ୍ପାଦକ ପ୍ରଶାନ୍ତ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିଶ୍ୱଜିତ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026