ଲୋକିପୁର ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :-> ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ନାଚୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ, ମୁଖ୍ୟ ବକ୍ତା ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଗଙ୍ଗାଧର ପ୍ରଧାନ,

ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ , ବରିଷ୍ଠ ଶିକ୍ଷକ ପାଣ୍ଡବ ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଦେବା ସହିତ ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version