୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଗବାନ ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ସାଂସ୍କୃତିକ ସନ୍ଧ୍ୟାରେ କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ଙ୍କ ଆଦିବାସୀ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ କୋଡିଏ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲେ l
