୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କୁ ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଇଛି l କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ଏକ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ମୂଖ୍ୟ ଅତିଥି ବାଲିଗୁଡା ଉପ ଜ଼ିଲ୍ଲାପାଳ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି l ସୂଚନାଯୋଗ୍ୟ ଯେ ପ୍ରମୋଦ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l
