ପର୍ଯଟନ ବିଭାଗ ର ପ୍ରମୁଖ ସଚିବ ଙ୍କ ହରିଶଙ୍କର ଗସ୍ତ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ

୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖପ୍ରାଖୋଲ  :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ପର୍ଯ୍ୟଟକ ଙ୍କ ସଂଖ୍ୟା କିଭଳି ବଢିବ, ପର୍ଯ୍ୟଟକ ଙ୍କୁ ପାନୀୟ ଜଳ ଯୋଗାଣ, ସୁରକ୍ଷା ପ୍ରଦାନ ଉପରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଲୱନ୍ତ ସିଂହ ଗସ୍ତ କରି ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ମନ୍ଦିର ରେ ଠାକୁର ଦର୍ଶନ ସହିତ ଝରଣା କୁଳ, ମନ୍ଦିର ପରିସର, ବିନ୍ଧ୍ୟାବାସିନି ମନ୍ଦିର ପରିସର, ଭୋଗ ମଣ୍ଡପ,

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଝରଣା ତଳ ଚେକ୍ ଡେମ୍ ଆଦି ବୁଲି ଦେଖିବା ସହିତ ସ୍ବଚ୍ଛତା ରଖିବା କୁ କରିଥିଲେ। ସେହିପରି ପର୍ଯ୍ୟତକ ଙ୍କୁ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଥିଲେ। ଗସ୍ତ ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ପାଟଣାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେର, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ନରେନ୍ଦ୍ର ଛତର, ପୂର୍ତ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

Exit mobile version