ରାଜସୁନାଖଳାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ରଣପୁର :-  ସାରା ଦେଶରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ଆନୁକୁଲ୍ୟରେ ସଧାରଣତନ୍ତ୍ର ଦିବସ ରାଜସୁନାଖଳା ମହୋତ୍ସବ ପଡିଆରେ ଧୂମଧାମରେ ପାଳିତ ହୋଇଯାଇଛି।ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ରୂପେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ  ପତାକା ଉତ୍ତୋଳନ କରିଥିଲେ ।

ଏଥିସହ ଜାତୀୟ ସଙ୍ଗୀତ ଗାନ କରାଯାଇ । “ଭାରତ ମାତା କି ଜୟ” ଧ୍ବନିରେ ଚତୃଦିଗ ପ୍ରକମ୍ପିତ ହୋଇ ଉଠିଥିଲା । ଅତିଥିଙ୍କୁ ପାଛୋଟି ନେବା ପାଇଁ ମାସ୍ ପ୍ୟାରେଡର ସୁବ୍ୟବସ୍ଥା କରାଯାଇ ଥିଲା। ଏହି ପ୍ୟାରେଡରେ ୮ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ରାଜସୁନାଖଳାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

ଏହି ଅବସରରେ ରାଜସୁନାଖଳାର ଯୁବ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନଙ୍କ ନେତୃତ୍ଵରେ ୧୨୦ ମିଟର ଲମ୍ବର ଏକ ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ୭୬ତମ ସାଧାରଣତନ୍ତ୍ର ଦିବସରେ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା ଭରତ ମତା ଜୟ ସ୍ଲୋଗାନ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା l ଏଥି ସହ ଆଦର୍ଶ ପାଠାଗାରର ଯୁବକମାନେ ଶୋଭାଯାତ୍ରା କରି ମହାପୁରୁଷମାନଙ୍କ ସ୍ଲୋଗାନ ଦେଇଥିଲେ ।

Exit mobile version